ଦେଶମନୋରଞ୍ଜନସେଲିବ୍ରିଟି

ସାମ୍ନାକୁ ଆସିଲା ‘ପଠାନ୍‌’ ଖଳନାୟକଙ୍କ ଏଙ୍ଗ୍ରିମ୍ୟାନ୍‌ ଲୁକ୍‌

‘ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ପଠାନ୍‌’ ମୁକ୍ତିଲାଭ ପାଇଁ ଆଉ ପ୍ରାୟ ୫ ମାସ ବାକି ଥିବାବେଳେ ବର୍ତ୍ତମାନ ଜନ୍ ଆବ୍ରାହମ୍‌ଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି । ଦୀପିକା ପାଦୁକୋନଙ୍କ ପରେ ଏବେ ଖଳନାୟକ ସାଜିଥିବା ଜନ୍‌ ଆବ୍ରାହମ୍‌ଙ୍କ ପ୍ରଥମ ଲୁକ୍‌ ଶେୟାର କରିଛନ୍ତି ନିର୍ମାତା ଶାହରୁଖ ଖାନ । ତେବେ ଜନ୍‌ ପ୍ରଥମ ଲୁକ୍ ପୋଷ୍ଟରରେ ଏଙ୍ଗ୍ରିମ୍ୟାନ୍‌ ଲୁକ୍‌ ଷ୍ଟାଇଲରେ ନଜର ଆସିଛନ୍ତି ।

ମୋଶନ ପୋଷ୍ଟରରେ ଜନ୍‌ଙ୍କ ଲୁକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଜନ୍‌ଙ୍କୁ ଖଳନାୟକ ଭୂମିକାରେ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଜନ୍‌ ଓ ଶାହରୁଖଙ୍କୁ ଏକତ୍ର ରୂପେଲୀ ପରଦାରେ ଦେଖିବା ଦର୍ଶକଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ହେବ।

ଅନ୍ୟପଟେ ଶାହରୁଖ ଖାନ ‘ପଠାନ’ରୁ ଜନ୍ ଆବ୍ରାହମଙ୍କ ପ୍ରଥମ ଲୁକକୁ ଜାରି କରି ଲେଖିଛନ୍ତି, “ଏହା ଅତ୍ୟନ୍ତ କଠିନ, ପଠାନରୁ ଜନ୍ ଆବ୍ରାହାମ, ୨୫ ଜାନୁୟାରୀ ୨୦୨୩ରେ ଆପଣଙ୍କ ନିକଟସ୍ଥ ସିନେମାଘରେ ପଠାନ୍‌ ସେଲିବ୍ରେଟ କରନ୍ତୁ । ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରୁଛି ।

ସେହିପରି, ଜନ୍ ପଠାନରେ ତାଙ୍କର ପ୍ରଥମ ଲୁକ୍‌ର ଫଟୋ ସେୟାର କରି ଲେଖିଛନ୍ତି, ‘ଆଜୀବନ ମିଶନ୍ ଆରମ୍ଭ ହେବାକୁ ଯାଉଛି, ୨୫ ଜାନୁୟାରୀ ୨୦୨୩ରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ।

Show More

Related Articles

Back to top button