Breaking PLUSଓଡ଼ିଶାରାଜନୀତି

ସରିଲା ନିର୍ବାଚନ,କାଲିଠୁ ଭୋଟ ଗଣତି ଆରମ୍ଭ

ପ୍ରାର୍ଥୀ ଓ କର୍ମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା

ଭୁବନେଶ୍ୱର :  ଗୁରୁବାର ଦିନ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନର ଶେଷ ତଥା ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ଶେଷ ହୋଇଛି। ଫେବୃଆରୀ ୧୬ରୁ ପ୍ରଥମ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୧୮ରେ ଦ୍ୱିତୀୟ ପର୍ୟ୍ୟାୟ, ୨୦ରେ ତୃତୀୟ ପର୍ୟ୍ୟାୟ, ୨୨ରେ ଚତୁର୍ଥ ପର୍ୟ୍ୟାୟ ଓ ୨୪ରେ ଅନ୍ତିମ ପର୍ୟ୍ୟାୟ ମତଦାନ ହୋଇଥିଲା ।

ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ପଂଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ। ୨୬ରୁ ୨୮ ତାରିଖ, ମୁଖ୍ୟତଃ ତିନି ଦିନ ପର୍ଯ୍ୟନ୍ତ ଭୋଟ ଗଣନା କରାଯିବା ପାଇଁ ଦିନ ଧାର୍ୟ୍ୟ ହୋଇଛି । ଫଳରେ ପ୍ରାର୍ଥୀ ଓ କର୍ମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି ।

କୋଭିଡ କଟକଣା ପାଇଁ ପ୍ରଥମ ଥର ନିର୍ବାଚନର ଦୀର୍ଘଦିନ ପରେ ଭୋଟ ଗଣତି ହେବାକୁ ଯାଉଥିବାରୁ ନୂଆ ଫର୍ମାଟ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏନେଇ ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବା କଥା ହେଉଛି, ଜିଲ୍ଲା ପରିଷଦ ଜୋନର ନମ୍ବର ଅନୁଯାୟୀ ଗଣତି କରାଯିବ । ପ୍ରତି ବ୍ଲକରେ ହାରାହାରି ୩ଟି ଜିଲ୍ଲା ପରିଷଦ ଜୋନ ରହିଥିବାବେଳେ ଗୋଟିଏ ଦିନରେ ଗୋଟିଏ ଜୋନର ଭୋଟ ଗଣତି କରାଯିବ । ଯେଉଁ ଜୋନର ସିରିଏଲ ନମ୍ବର ଆଗ ଥିବ ସେହି ଜୋନ ପ୍ରଥମେ ଗଣତି କରାଯିବ । ସେହି ଜୋନର ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଓ ୱାର୍ଡମେମ୍ବର ପାଇଁ ଭୋଟ ଗଣତି କରାଯିବ ବୋଲି ଜଣାପଡ଼ିଛି । ତେବେ କେଉଁ ଜୋନର ଗଣତି ବେଳେ କେତୋଟି ଟେବୁଲ ରହିବ ତାହା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସେନେଇ ନିଷ୍ପତ୍ତି ନେବେ । ଯଦି ଯେତିକି ପଞ୍ଚାୟତ ଥିବ ସେତିକି ଟେବୁଲ ହେବ ତେବେ ସବୁ ପଞ୍ଚାୟତରେ ଗଣତି ଏକ ସଙ୍ଗେ ଆରମ୍ଭ ହୋଇପାରିବ । କିନ୍ତୁ ଯଦି ଟେବୁଲ ସଂଖ୍ୟା କମେ ତେବେ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ଯେଉଁ ପଞ୍ଚାୟତର ପ୍ରଥମ ଅକ୍ଷର ଆସିବ ସେହି ସବୁ ପଞ୍ଚାୟତର ଗଣତି ପ୍ରଥମେ କରାଯିବ । ପ୍ରତି ୱାର୍ଡ ବାଲାଟ ବକ୍ସ ଆସିବା ପରେ ପ୍ରଥମେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଭୋଟଗୁଡ଼ିକୁ ଅଲଗା କରି ଦିଆଯିବ । ପରେ କେଉଁ ପ୍ରାର୍ଥୀ କେତେ ଭୋଟ ପାଇଛନ୍ତି ତାହା ଗଣନା କରାଯିବ ।

Show More

Related Articles

Back to top button