Breaking PLUSଓଡ଼ିଶାଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ଭାରତୀୟଙ୍କ ଉଦ୍ଧାର ନିମନ୍ତେ ଅମିତ୍ ଶାହାଙ୍କ ସହ କଥା ହେଲେ ନବୀନ

ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର ନିମନ୍ତେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର : ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର ନିମନ୍ତେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁଦ୍ଧସ୍ଥିତି ମଧ୍ୟରେ ସେଠାରେ ଫସିରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସେ ନିବେଦନ କରିଛନ୍ତି । ତେବେ ଅମିତ୍ ଶାହ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ, ସେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଭାରତୀୟଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବେ । ୟୁକ୍ରେନ ସରକାରଙ୍କ ସହିତ ଅମିତ ସାହା ଯୋଗଯୋଗରେ ଥିବା ସେ କହିଛନ୍ତି । ଭାରତୀୟଙ୍କ ଉଦ୍ଧାରକୁ ନେଇ ଭାରତ ସରକାର ୟୁକ୍ରେନ ସହ ଯୋଗାଯୋଗରେ ଅଛନ୍ତି । ଯଥାସମ୍ଭବ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହେ ।

Show More

Related Articles

Back to top button