Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି କମିବ ଶୀତ । ତେବେ ଗତ କାଲିଠାରୁ ଶୀତର ପ୍ରଭାବ ଆସ୍ତେ ଆସ୍ତେ ବଢିଥିବା ବେଳେ ରାଜ୍ୟରେ ପୂର୍ବା ପବନର ପ୍ରଭାବ ଯୋଗୁଁ ତାପମାତ୍ରା ପୁଣି ବଢିବ ବୋଲି ଅନୁମାନ କରାଯାଉଛି । ତା ସହ ୨୦ ତାରିଖ ପର୍ଯ୍ୟନ୍ତ ଶୀତ ଉଭେଇଯିବା ଏହା ପରେ ୨୧ ରୁ ୨୩ ଯାଏଁ ପୁଣି ରାଜ୍ୟକୁ ଫେରିବ ଶୀତ ।ଏହିଭଳି ଭାବେ ୨ ଦିନ ଧରି ରାଜ୍ୟରେ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଦ୍ଧମୁଖା ହେବ ।

ସୂଚନା ଅନୁସାରେ, ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ବାରମ୍ବାର ପରିବର୍ତ୍ତନ ହେବାର ସମ୍ଭାବନା ରହିଛିା ସେଥିପାଇଁ ରାଜ୍ୟରେ ଦୁଇ ଦିନ ଶୀତ ଦେଖାଗଲେ ଆଉ ଦୁଇ ଦିନ ଶୀତ ଉଭାନ ଥିବା ବୋଲି ପାଣିପାଗ ବିଶେଷଜ୍ଞମାନେ ଆନୁମାନ କରିଛନ୍ତି । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଲକ ମଧ୍ୟ ଅନୁରୂପ ଆକଳନ କରିଛନ୍ତି ।

ସେ କହିଛନ୍ତି, ବିଶେଷ ଭାବେ ଶୀତର ଏହି ଭଳି ପ୍ରଭାବ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ରହିବା ପାଗ ମୁଖ୍ୟତଃ ଶୁଖିଲା ରହିପାରେ । ତା ସାଙ୍ଗକୁ ଖରାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । କୁହୁଡି ମଧ୍ୟ ଜାରି ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ-ପଶ୍ଚିମ ଓଡିଶାରେ ୧୯ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ସର୍ବାଧିକ ତାପମାତ୍ରା ସେହି ପରିମାଣରେ ବଢିବାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୦ ତାରିଖରୁ ଓ ସର୍ବାଧିକ ତାପମାତ୍ରା ୨୧ ତାରିଖରୁ ପୁଣି କମିବା ଆରମ୍ଭ ହେବ ।

Show More

Related Articles

Back to top button