Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଟିକାକରଣ

ରାଜ୍ୟରେ ଶନିବାର ସମୂହ ଟିକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିଲା। ପ୍ରଥମଦିନରେ ରାଜ୍ୟରେ ପ୍ରାୟ ୧୩ ହଜାର ୯୮୦ ସ୍ବାସ୍ଥ୍ୟକର୍ମୀଙ୍କଠାରେ ଟିକାକରଣ କରାଯାଇଥିଲା। କାଲି ରବିବାର ଥିବାରୁ ଗୋଟିଏ ଦିନର ବିଶ୍ରାମ ପରେ ଆଜି ଠାରୁ ପୁଣି ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ଏହାକୁ ଅଧିକ ଗତିଶୀଳ ତଥା ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସୋମବାର ଠାରୁ ପ୍ରତ୍ୟେକ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ସହିତ ଜିଲା ଓ ଉପଖଣ୍ଡ ଚିକିତ୍ସାଳୟରେ ୫ଟି ଅଧିବେଶନରେ ୨୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟକର୍ମୀ, କୋଭିଡ଼ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ତାଙ୍କ ନିକଟକୁ ବାର୍ତ୍ତା ପଠାଯାଇଛି। ଏହିସବୁ କେନ୍ଦ୍ରରେ ୨୦୦ ଲେଖାଏଁ ଟିକାଦାନ କରାଯିବ। ଏଥିପାଇଁ ୨ଜଣ ଲେଖାଏଁ ଭାକ୍ସିନେଟର ଓ ୪ ଜଣ ଟିକାଦାନ ଅଧିକାରୀ ନିୟୋଜିତ ହେବା ସହିତ ୫ ଜଣିଆ ଟିମ୍ ରହିବେ।

ଏହାବାଦ୍ ଜିଲା ଓ ପୌରାଞ୍ଚଳସ୍ତରରେ ଅଧିକ ଟିକାଦାନ କେନ୍ଦ୍ର ପ୍ରସ୍ତୁତ ହୋଇପାରିବ ସେନେଇ ତୁରନ୍ତ ଚିହ୍ନଟ କରି ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଛି। ଯଦି କେନ୍ଦ୍ରରେ ଅଧିକ ସ୍ବାସ୍ଥ୍ୟକର୍ମୀ ରହିବେ ତେବେ ତାହାକୁ ଅଧିକ ସେସନ (ଅଧିବେଶନ) କରି ଟିକାଦାନ କରାଯାଇ ପାରିବ; ମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୦ ଜଣଙ୍କୁ ଟିକାଦାନ ହେବ। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ୟ୍ୟାୟ ଟିକାକରଣ ଶେଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଡାଟାବେସ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମେ ଗୃହ, ନଗର ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଜରୁରୀକାଳୀନ ବିଭାଗର କୋଭିଡ୍ ଯୋଦ୍ଧା ମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୨୫ ତାରିଖ ସୁଦ୍ଧା ଏଇ ତାଲିକା ଆସିବ। ଏହି ସଂଖ୍ୟା ପ୍ରାୟ ୫ ଲକ୍ଷ ହୋଇପାରେ ବୋଲି ଆକଳନ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ସାରା ରାଜ୍ୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ସ୍ଥିର ହୋଇଛି। ପ୍ରଥମଦିନରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ସମସ୍ତ ଜିଲାରେ ମୋଟ ୧୬୧ଟି କେନ୍ଦ୍ରରେ ଟିକାଦାନ ଲାଗି ବ୍ୟବସ୍ଥା ହୋଇଛି। ଏଥିରେ ଖୋର୍ଦ୍ଧା ଓ କଟକ ଜିଲାରେ ସର୍ବାଧିକ ୧୧ଟି ଲେଖାଁଏ ସ୍ଥାନରେ ଓ ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ସ୍ଥାନରେ ଟୀକାଦାନ ବ୍ୟବସ୍ଥା ହୋଇଛି।

Show More

Related Articles

Back to top button