ବ୍ୟକ୍ତିତ୍ୱସ୍ୱତନ୍ତ୍ର

 ବୀର ବନ୍ଦା ବୈରାଗୀଙ୍କ ବଳିଦାନ ଦିବସ

ଅମର ବଳିଦାନୀ ବୀର ବନ୍ଦା

ଅମର ବଳିଦାନୀ ବୀର ବନ୍ଦା

ବାହାଦୂରଙ୍କ ଜନ୍ମ ୨୭ ଅକ୍ଟୋବର ୧୬୭୦ ରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ପିତା ମାଧୋଦାସ ବୈରାଗୀଙ୍କ ପରିବାର ଭାରତୀୟ ପରମ୍ପରା ନିମିତ୍ତ ସମର୍ପିତ ଥିଲା। ତାଙ୍କ ମୂଳ ନାମ “ଲକ୍ଷ୍ମଣ ସିଂହ ବୈରାଗୀ” ଥିଲା।

ସେ ଗୁରୁ ଗୋବିନ୍ଦ ସିଂହ ଙ୍କ ପ୍ରେରଣାରେ ଶିଖ୍ ହେଲେ ଓ ଭାରତକୁ ସ୍ୱତନ୍ତ୍ର କରିବା କାର୍ଯ୍ୟରେ ଜୁଟିଗଲେ। ସେ ସେନା ଏକତ୍ର କଲେ ଓ ସରହିନ୍ଦ ଉପରେ ଆକ୍ରମଣ କଲେ। ଏ ସେହି ସରହିନ୍ଦ ଥିଲା ଯାହାର କିଲେଦାର ବଜୀର ଖାଁ ଧୋକା ଦେଇ ଗୁରୁ ଗୋବିନ୍ଦ ସିଂହ ଙ୍କୁ ବନ୍ଦୀ କରିଥିଲା ଓ ଯାତନା ଦେଇଥିଲା। ବନ୍ଦା ବାହାଦୂର ସରହିନ୍ଦ ଜିତିଲେ ଓ କିଲେଦାର ବଜୀର ଖାଁ କୁ ମୃତ୍ୟୁ ଦଣ୍ଡ ଦେଲେ ପୁଣି ସେହି ଜଲ୍ଲାଦ ଜଲାଲୁଦ୍ଦିନ ର ଶିର କାଟିଥିଲେ ଯିଏ ତେଜ ବାହାଦୂରଙ୍କୁ ଯାତନା ଦେଇଥିଲା।

ଏହାଦ୍ୱାରା ମୋଗଲ ବାଦଶାହ ଫରୁଖଶୀୟର କ୍ରୋଧାନ୍ୱିତ ହୋଇ ଏକ ବଡ଼ ସେନା ପଠାଇଲା। ବନ୍ଦା ବାହାଦୂର ଗୁରୁଦାସପୁର ଜିଲ୍ଲାରେ ବିଶ୍ୱାସଘାତ କାରଣରୁ ଡିସେମ୍ବର ୧୭୧୫ ରେ ବନ୍ଦୀ ହେଲେ। ତାଙ୍କୁ ୭୯୪ ଶିଖ୍ ସୈନିକଙ୍କ ସହ ଦିଲ୍ଲୀ ଅଣାଗଲା ଓ ସମସ୍ତଙ୍କୁ ଧର୍ମାନ୍ତରଣ ହେବା ପାଇଁ ଯାତନା ଦିଆଗଲା।

୫ ମାର୍ଚ୍ଚରୁ ୧୬ ମାର୍ଚ୍ଚ ୧୭୧୬ ପର୍ଯ୍ୟନ୍ତ ପ୍ରତିଦିନ ଶହେ ବନ୍ଦୀଙ୍କୁ ଯନ୍ତ୍ରଣା ଦେଇ ମରାଗଲା। କିନ୍ତୁ ସମସ୍ତ ବନ୍ଦୀ ସ୍ବଧର୍ମରେ ଅଟଳ ରହିଲେ।

ଶେଷରେ ବନ୍ଦା ବାହାଦୁରଙ୍କ ଉପରେ ଅନେକ କଠୋର ଯାତନା ଆରମ୍ଭ ହେଲା। ଗରମ ଚିମୁଟାରେ ଶରୀରରୁ ପୁଳା ପୁଳା ମାଂସ ଟଣାଗଲା। ତଥାପି ବନ୍ଦା ବାହାଦୂର ଅଟଳ ରହିଲେ। ୮ ଜୁନରେ ତାଙ୍କ ପୁତ୍ରକୁ ଅତି କ୍ରୁରତା ପୂର୍ବକ ହତ୍ୟା କରାଗଲା ଓ ପୁତ୍ରର କଲିଜା ବନ୍ଦା ବାହାଦୁରଙ୍କ ମୁହଁରେ ଭର୍ତ୍ତିକରାଗଲା। ଶେଷରେ ୯ ଜୁନ ୧୭୧୬ ରେ ଗୋଟି ଗୋଟି ଅଙ୍ଗ ଛିଡ଼ାଇ ଅତି କ୍ରୁରତା ପୂର୍ବକ ତାଙ୍କୁ ହତ୍ୟା କରାଗଲା।

Show More

Related Articles

Back to top button