Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି

କଟକ ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି । ଏହା ପୂର୍ବରୁ ଶାରଦୀୟ ପୂଜାକୁ ନେଇ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ

କଟକ ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି । ଏହା ପୂର୍ବରୁ ଶାରଦୀୟ ପୂଜାକୁ ନେଇ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସମସ୍ତ ପୂଜା କମିଟି ଦୁର୍ଗାପୂଜାରେ ୪ ଫୁଟର ମୂର୍ତ୍ତି ନିର୍ମାଣ କରିବେ ବୋଲି ଗତ ୧୭ ତାରିଖରେ କମିଶନରେଟ ପୋଲିସ ନିିର୍ଦ୍ଦେଶନାମା ଜାରି କରିଥିଲା । ଏହାକୁ ଚାଲେଞ୍ଜ କରି ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦାୟର ହୋଇଥିଲା ରିଟ୍‌ ପିଟିସନ ।

ହାଇକୋର୍ଟର ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂଜାକୁ ନେଇ ପୂର୍ବରୁ ଥିବା ମାମଲା ଗୁଡିକରେ ହାଇକୋର୍ଟ ଅନ୍ତ ଘଟାଇଥିବାବେଳେ ବାଲୁବଜାର ପୂଜା କମିଟି ପକ୍ଷରୁ ପୁଣି ତିନୋଟି ମାମଲା ରୁଜୁ କରାଯାଇଛି ।

Show More

Related Articles

Back to top button