ଓଡ଼ିଶାସ୍ୱତନ୍ତ୍ର

ବାତ୍ୟା ଗୁଜବ ଉପରୁ ଉଠିଲା ପରଦା , ଏନେଇ କ’ଣ କହୁଛି ପାଣିପାଗ ବିଭାଗ

କିଛିିଦିନ ହେବ ବାତ୍ୟା ଗୁଜବକୁ ନେଇ ଅନେକ କଥା ସାମ୍ନାକୁ ଆସୁଥିବାବେଳେ ଏହା ଉପରୁ ପରଦା ଉଠିଛି । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିବାବେଳେ ବିଭାଗ ତରଫରୁ କୁହାଯାଇଛି ଯେ, ଏନେଇ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ ।

ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ । ତେଣୁ ଆପଣମାନେ ଗୁଜବ ଠାରୁ ଦୁରେଇ ରୁହନ୍ତୁ ବୋଲି କୁହାଯାଇଛି ।

ସୂଚନା ଥାଉକି, ରାଜ୍ୟରେ ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ବାତ୍ୟା ଆଶଙ୍କା ନେଇ ଅନୁମାନ କରାଯାଇଥିଲା । କୁହାଯାଉଥିଲା ଯେ, ଏହା ଦୃଢ଼ୀଭୂତ ହୋଇ ଅତି ଭୀଷଣ ରୂପ ନେବ । ୨୧ ରୁ ୨୨ ତାରିଖ ମଧ୍ୟରେ ପାରାଦୀପରୁ ବାଲେଶ୍ୱର ଭିତରେ ମାଡ଼ ହେଇପାରେ । ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଟ୍ରପିକାଲ୍‌ ଟିଡ୍‌ବିଟ୍ସର ପୂର୍ବାନୁମାନ ଚିତ୍ରରେ ଏଭଳି ଆକଳନ କରାଯାଇଥିଲା ।

Show More

Related Articles

Back to top button