Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଯୁଦ୍ଧ ବନ୍ଦ କରିବାକୁ ଏହି ପ୍ରେମୀଯୁଗଳଙ୍କ ପ୍ରୟାସ

ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଉଭୟ ଦେଶର ଦୁଇ ପ୍ରେମୀଯୁଗଳ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି ।

ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଉଭୟ ଦେଶର ଦୁଇ ପ୍ରେମୀଯୁଗଳ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି । ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଏଥିଲାଗି ୟୁକ୍ରେନରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଫଟୋ। ଉଭୟ ଦେଶର ପତାକା ଦେହରେ ଗୁଡ଼ାଇ ହୋଇଥିବା ଏକ ପ୍ରେମୀଯୁଗଳଙ୍କୁ ଫଟୋରେ ଦେଖିବାକୁ ମିଳୁଛି। କଂଗ୍ରେସ ଏମ୍‌ପି ଶଶି ଥରୁର ମଧ୍ୟ ଏହି ଫଟୋକୁ ଶେୟାର କରି ମର୍ମସ୍ପର୍ଶୀ କହିବା ସହ ଆସନ୍ତୁ ଆମେ ଯୁଦ୍ଧ ଏବଂ ସଂଘର୍ଷକୁ ଭୁଲି ଶାନ୍ତିକୁ ଆପଣାଇବା ବୋଲି କହିଛନ୍ତି। ତେଣୁ ଏହି ପ୍ରେମୀଯୁଗଳଙ୍କୁ ଦେଖି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବ କି ସଂଘର୍ଷକୁ ଭୁଲି ଶାନ୍ତିକୁ ଆପଣେଇବେ ଏହା କିଛି ଜଣାପଡି ନାହିଁ ।

Show More

Related Articles

Back to top button