ଜାଡରେ ଥରୁଛି ଉତ୍ତର ଭାରତ
ଦେଶର ରାଜଧାନୀ ଦିଲ୍ଲୀ ସମେତ ସାରା ଉତ୍ତର ଭାରତରେ ଥଣ୍ଡା ବଢିବାରେ ଲାଗିଛି । ଆଜି(ଶନିବାର) ସକାଳେ ଦିଲ୍ଲୀର କିଛି ଅଞ୍ଚଳରେ ହାଲୁକା ବର୍ଷା ମଧ୍ୟ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ସହିତ ଅନେକ ରାଜ୍ୟରେ ଶନିବାର ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦିଲ୍ଲୀରେ ୨ରୁ ୫ ଜାନୁୟାରୀ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । ୩ ଜାନୁୟାରୀରୁ ଦିଲ୍ଲୀରେ ଶୀତ ଲହରୀ ଜାରି ରହିବ ।
ଭାରତୀୟ ପାଣିପାଗ ବିଭାର ଅନୁସାରେ ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଆଗାମୀ ୨ ଦିନରେ ଶୀତ ଲହରୀ ବଢିପାରେ । ତାପମାତ୍ରା ଆହୁରି କମିପାରେ । ଏହା ସହ ଦିଲ୍ଲୀରେ ବର୍ଷା ହେବା ଯୋଗୁଁ ଥଣ୍ଡା ଅଧିକ ବଢିପାରେ । କହିରଖୁଛୁ ରାଜଧାନୀ ଦିଲ୍ଲୀରେ ୧ ଜାନୁୟାରୀ ୨୦୨୧ର ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।
ପଞ୍ଜାବ ଓ ହରିୟାଣାରେ ମଧ୍ୟ ଶୀତ ଲହରୀ ଜାରି ରହିଛି । ହରିୟାଣାରେ ୨ ଜାନୁୟାରୀ ୨୦୨୧ରେ ସର୍ବନିମ୍ନ ତାପମାତ୍ରା ୧.୨ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି ।