Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳ ୭ ଟାରୁ ୯ ଟା ମଧ୍ୟରେ ସୂର୍ଯ୍ୟପୂଜା,ଅଗ୍ନିପୂଜା ଓ ଯଜ୍ଞ ବିଧି ସମ୍ପନ୍ନ ହେବ । ସକାଳ ୯.୩୦ରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିବେ । ୧୦ ଟା ୧୫ ରୁ ସାଢେ ଦଶଟା ମଧ୍ୟରେ ଶିଳା ସ୍ଥାପନା ପୂଷ୍ପାଞ୍ଜଳି ସହ ପୂର୍ଣ୍ଣାହୂତି ଦିଆଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ଜମି ପ୍ରଦାନ କରିଥିବା ଲୋକଙ୍କୁ ସମ୍ମାନୀତ କରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ, ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ,ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ,ପୁରୀର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୫ ପ୍ଲାଟୁନ ପୋଲିସ ଫୋର୍ସ , ୩ଜଣ ଅଥିରିକ୍ତ ଏସପି ,୧୦ ଜଣ ଡିଏସପି ,୪୦ ଜଣ ଇନସ୍ପେକ୍ଟର ଓ ୧୦୦ ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି ବୋଲି ଏସପି କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସତ୍ତ୍ୱେ ଶ୍ରୀମନ୍ଦିର ରେ ଦର୍ଶନ ବନ୍ଦ ହେବ ନାହିଁ । ଭକ୍ତ ଆସନ୍ତା କାଲି ସବୁଦିନ ଭଳି ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ କରିବେ । ତେବେ ଉତ୍ତର ଦ୍ୱାର ପରିବର୍ତେ ଶ୍ରୀମନ୍ଦିର ସିଂହ ଦ୍ୱାର ଭକ୍ତ ମାନେ ପ୍ରସ୍ଥାନ କରିବେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ପୂର୍ଵ ବ୍ୟବସ୍ଥା ମୁତାବକ ଉତ୍ତର ଦ୍ୱାର ଦେଇ ଭକ୍ତ ପ୍ରତ୍ୟାବର୍ତନ କରିବେ । ବଡ଼ ଦାଣ୍ଡ ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ଯାଏ ରାସ୍ତା ର ଉଭୟ ପାର୍ଶ୍ୱ ରେ ବ୍ୟାରିକେଡ ଲଗାଯାଇଛି । ସକାଳୁ ଦିନ ୧୨ଟା ଯାଏ ମେଡ଼ିକାଲ ଛକ ରୁ ଶ୍ରୀମନ୍ଦିର ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

Show More

Related Articles

Back to top button