Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ଟାଉନ ଥାନାରେ ଥାର୍ଡ ଡିଗ୍ରୀ ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ ଟାଉନ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି। ଏ ନେଇ ସୋମବାର ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଟାଉନ ପୋଲିସ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ଚୁଡ଼ଙ୍ଗ ସାହିର ମହେନ୍ଦ୍ର ସାହୁ ଓ ତାଙ୍କ ଭାଇ ରାଜେନ୍ଦ୍ର ସାହୁଙ୍କୁ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ କରିଥିଲା

ପୁରୀ ଟାଉନ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି। ଏ ନେଇ ସୋମବାର ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଟାଉନ ପୋଲିସ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ଚୁଡ଼ଙ୍ଗ ସାହିର ମହେନ୍ଦ୍ର ସାହୁ ଓ ତାଙ୍କ ଭାଇ ରାଜେନ୍ଦ୍ର ସାହୁଙ୍କୁ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ କରିଥିଲା। ଅଭିଯୁକ୍ତଦ୍ୱୟଙ୍କୁ ଗତ ଗୁରୁବାର କୋର୍ଟଚାଲାଣ କରାଯାଇ ଥିବାବେଳେ ଦୁହିଁଙ୍କୁ ହାଜତରେ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ଅଦାଲତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ହେଲେ ଚିକିତ୍ସାଗତ କାଗଜପତ୍ରରେ ସୁସ୍ଥ ଥିବା ଦର୍ଶାଯାଇଥିଲା। ଏହାକୁ ନେଇ ଅଦାଲତ ବିରକ୍ତି ପ୍ରକାଶ କରିଥିଲେ। ଟାଉନ ଥାନାରେ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହେବା ପରେ ଡିଜିପି ଅଭୟ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button