Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟମୁଖ୍ୟ ଖବରରାଜନୀତି

ଧଉଳି ଶାନ୍ତିସ୍ତୁପକୁ ନେଇ ନିଜର ଉଦବେଗ ପ୍ରକାଶ କଲେ ଭୁବନେଶ୍ୱର ସାଂସଦ : ଅପରାଜିତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ଖୁବ୍‌ ଶିଘ୍ର ମରାମତି କରାଯିବା ସହ ଏହାର ଉଚିତ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା ଜଣାପଡିଛି।

ଭୁବନେଶ୍ବର : ଧଉଳି ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ଖୁବ୍‌ ଶିଘ୍ର ମରାମତି କରାଯିବା ସହ ଏହାର ଉଚିତ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା ଜଣାପଡିଛି। କିଛି ଦିନ ତଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ  ଧଉଳି ଶାନ୍ତିସ୍ତୁପର ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିବା ସହ ସେଠାରେ ରହୁଥିବା ବୌଦ୍ଧ ସନ୍ୟାସୀମାନଙ୍କ ସହ ବିସ୍ତୁତ ଭାବେ ଆଲୋଚନା କରିଥିଲେ।

 

ଏହାପରେ ଧଉଳି ଶାନ୍ତିସ୍ତୂପର ସୁରକ୍ଷା ସମ୍ପର୍କୀତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗତ ନଭେମ୍ବର ୨୧ ତାରିଖ ଶନିବାର ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଧଉଳି ଉନ୍ନୟନ କମିଟି( ଡିଡିସି) ଓ କଳିଙ୍ଗ ନିପୋନ ବୁଦ୍ଧ ସଂଘକୁ ନେଇ ଜରୁରୀକାଳୀନ ବୈଠକ ଡକାଯାଇଥିଲା।

ଜିଲାପାଳ ଡିଡିସିର ବୈଠକ ଡାକି ତୁରନ୍ତ ସ୍ତୂପ ମରାମତି କରିବାକୁ ଡିଡିସିକୁ ଅନୁମତି ଦେଇଥିଲେ। ସ୍ତୂପ ମରାମତି ଖର୍ଚ୍ଚ ଡିଡିସି ପାଣ୍ଠିରୁ ଖର୍ଚ୍ଚ କରାଯିବ। ଓଟିଡିସି ଇଞ୍ଜିନୟରଙ୍କ ଦ୍ବାରା ମରାମତି ଲାଗି ଏଷ୍ଟିମେଟ ହେବା ପରେ କାର୍ଯ୍ୟ ଆରମ୍ଭ ହେବ। ଏହାବ୍ୟତୀତ ସ୍ତୂପ ଉପରେ ଦୀର୍ଘବର୍ଷ ଧରି ବ୍ୟବସାୟ କରି ଚଳୁଥିବା ଦୋକାନୀଙ୍କୁ ଥଇଥାନ କରିବା ଲକ୍ଷ୍ୟରେ ଦୋକାନ ଗୁଡିକୁ ନବୀକରଣ କରାଯିବ। ଧଉଳି ପଞ୍ଚାୟତ ନୂଆ ଦୋକାନ ଗୃହ ନିର୍ମାଣ ପାଇଁ ଡିଡିସି ପାଣ୍ଠିରୁ ପାଇବାକୁ ଥିବା ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବ ।ଅଧିକ ଅର୍ଥ ଆବଶ୍ୟକ ହେଲେ ସ୍ଥାନୀୟ ବିଧାୟକ ତାଙ୍କ ବିଧାୟକ ପାଣ୍ଠିରୁ ଯୋଗାଇ ଦେବେ ବୋଲି ବୈଠକରେ ନିଷ୍ପତ୍ତି କରାଯାଇଥିଲା।

Show More

Related Articles

Back to top button