Breaking PLUSଦେଶ ବିଦେଶମୁଖ୍ୟ ଖବର

ଜୁନ୍ ୨୦ ସୁଦ୍ଧା ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ !

କୋଭିଡ୍ ପାଇଁ ଗତ ମାସରେ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିବା ବେଳେ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରି ଜୁନ୍ ୨୦ ସୁଦ୍ଧା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୁଚନା ମିଳିଛି। ଏନେଇ ଗାଇଡଲାଇନ୍ ଜାରି କରିଛି ସିବିଏସଇ ।

କୋଭିଡ୍ ପାଇଁ ଗତ ମାସରେ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିବା ବେଳେ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରି ଜୁନ୍ ୨୦ ସୁଦ୍ଧା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୁଚନା ମିଳିଛି। ଏନେଇ ଗାଇଡଲାଇନ୍ ଜାରି କରିଛି ସିବିଏସଇ । ଗାଇଡଲାଇନ୍ ଅନୁସାରେ ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ । ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ନିର୍ଦ୍ଧାରଣ ହେବ । ଏହା ପରେ ଜୁନ୍ ୫ ସୁଦ୍ଧା ଉଈଝଋ କୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ଏଥିପାଇଁ ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରାଯିବ । ସ୍କୁଲ୍ ପ୍ରିନ୍ସପାଲ୍ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ରହିବେ ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ । ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ସୁଚନା ଅନୁସାରେ କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟଙ୍କର ଥିଲା ବେଳେ ଛାତ୍ରଛାତୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗତ ମାସରେ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିଲା ଏବଂ କୌଣସି ବିକଳ୍ପ ମାଧ୍ୟମରେ ଏହାର ଫଳାଫଳ ବାହାରିବ ବୋଲି କୁହାଯାଇଥିଲା

Show More

Related Articles

Back to top button