Breaking PLUSଦେଶମୁଖ୍ୟ ଖବର
ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହଜହାଁ ବିରୁଦ୍ଧରେ ହତ୍ୟା ଉଦ୍ୟମ ଧାରା ଯୋଡିଲା ସିବିଆଇ

କୋଲକାତା- ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସର ନିଲମ୍ବିତ ନେତା ଶାହଜହାଁ ଶେଖ୍ ବିରୁଦ୍ଧରେ ହତ୍ୟା ଉଦ୍ୟମ ଧାରା ଯୋଡିଛି ସିବିଆଇ । ସିବିଆଇ ଶୁକ୍ରବାର ଦିନ ସନ୍ଦେଶଖାଲିରେ ଶାହଜହାଁ ଘର ସମେତ ଅନେକ ସ୍ଥାନରେ ତଲାସୀ ନେଇଥିଲା । ଏହାପରେ ମାମଲାରେ 307 ଧାରା ଲଗାଇଛି ପୋଲିସ । ସିବିଆଇ କହିଛି ଯେ, ଜାନୁୟାରୀ 5ରେ ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ହମ୍ଲା ମାମଲାରେ ତଦନ୍ତରେ ଫୋରେନସିକ ଟିମର ସହାୟତା ନିଆଯାଇଛି । ଏଥିପାଇଁ ସାକ୍ଷୀ ଯୋଗାଡ କରାଯାଉଛି । ସାକ୍ଷୀରେ ଜଣାପଡିଛଇ ଯେ, ସୋ 28ଥର କଲ୍ କରିଥିଲା । ଏବଂ ଏହାପରେ ହଜାର ହଜାର ଲୋକେ ଇଡି ଅଧିକାରୀଙ୍କ ଉପରେ ହମ୍ଲା କରିଥିଲେ ।