ଭାରସାମ୍ୟ ହରାଇ ଗଙ୍ଗା ନଦୀରେ ବୁଡିଗଲା ମାଲବାହୀ ଭସାପୋଲ
ପାଖାପାଖି ୧୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି ।

ଗଙ୍ଗା ନଦୀର ଅକାତ କାତ ପାଣିରେ ବୁଡ଼ିଗଲା ମାଲ୍ବାହୀ ଭସା ପୋଲ । ଘଟଣାରେ ପାଖାପାଖି ୧୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ମାତ୍ରାଧିକ ପଥର ଚିପ୍ସ୍ ବୋଝେଇ ହୋଇଥିବା କେତୋଟି ଟ୍ରକ୍କୁ ପାରି କରାଉଥିବା ଗୋଟାଏ ମାଲ୍ବାହୀ ଭସା ପୋଲ ଗୁରୁବାର ବିଳମ୍ବିତ ରାତିରେ ବୁଡ଼ି ଯାଇଛି । ଏଭଳି ଘଟଣା ଘଟିଛି ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ସମଦା ଘାଟ ଏବଂ ବିହାରର ମଣିହାରୀ କଟିହାର ମଧ୍ୟରେ ଥିବା ଗଙ୍ଗାନଦୀରେ । ଯେଉଁଠି ପୋତ ଟି ଭାରସାମ୍ୟ ହରାଇବାରୁ ଗଙ୍ଗାନଦୀ ମଝିରେ ହିଁ ବୁଡ଼ିଯାଇଛି । ମାଲ୍ବାହୀ ଭସା ପୋଲର କ୍ୟାପ୍ଟେନ୍, ଅମର ଚୌଧୁରୀ କହିଛନ୍ତି, ଗୋଟିଏ ଟ୍ରକ୍ର ଟାୟାର୍ ଫାଟି ଯିବାରୁ ମାଲ୍ବାହୀ ଭସା ପୋଲଟି ଟଳମଳ ହୋଇଥିଲା ଏବଂ ୫ଟି ଅତିରିକ୍ତ ବୋଝେଇ ଟ୍ରକ୍ ନଈରେ ବୁଡ଼ିଗଲା। ଟ୍ରକ୍ର ଡ୍ରାଇଭର୍ ଏବଂ କ୍ଲିନର୍ମାନଙ୍କ ସମେତ ଅନ୍ୟୂନ ୧୦ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ମାଲ୍ବାହୀ ଭସା ପୋଲରେ ୧୮ଟି ଚିପ୍ସ୍ ବୋଝେଇ ଟ୍ରକ୍ ପାରି ହେଉଥିଲା ବୋଲି ଘଟଣା ପରେ ପରେ ନଈ ପହଁରି କୂଳକୁ ଉଠି ଆସିଥିବା ମାଲ୍ବାହୀ ଭସା ପୋଲର ଜଣେ କର୍ମଚାରୀ କହିଛନ୍ତି।