Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ଶୁକ୍ରବାର ଠାରୁ ଆରମ୍ଭ ହେବେ ସଂସଦର ବଜେଟ୍ ଅଧିବେଶନ । ଏଥିପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ଚଳିତ ବଜେଟ ଅଧିବେଶନରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଖୁବ୍‌ ଜୋରଦାରରେ ଉଠାଇବା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି ।

ଶୁକ୍ରବାର ଠାରୁ ଆରମ୍ଭ ହେବେ ସଂସଦର ବଜେଟ୍ ଅଧିବେଶନ । ଏଥିପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ
ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ଚଳିତ ବଜେଟ ଅଧିବେଶନରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଖୁବ୍‌ ଜୋରଦାରରେ ଉଠାଇବା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି ।

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଫେବ୍ରୁଆରୀ ୧୫ ଓ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଅପ୍ରେଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରୀ ୧ ତାରିଖରେ ବଜେଟ ଉପସ୍ଥାପନ ହେବ । ମହାମାରୀ କୋଭିଡ-୧୯କୁ ଦୃଷ୍ଟିରେ ରଖି ରାଜ୍ୟସଭା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଲୋକସଭା ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ବୋଲି ସ୍ଥିର ହୋଇଛି । ତେବେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ପ୍ରତି ସାଂସଦଙ୍କ ଆରଟିପିସିଆର୍ ଟେଷ୍ଟିଂ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

Show More

Related Articles

Back to top button