ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ବାପାକୁ ହତ୍ୟା କରି ଜାଳିଦେଲା ନୃଶଂସ ପୁଅ

ପାରିବାରିକ କଳହର କରୁଣ ପରିଣତି । ପରିଣତ ବୟସରେ ସାହାରା ହେବା ପରିବର୍ତ୍ତେ ବାପାକୁ ହତ୍ୟା କରି ଶବକୁ ଜାଳିଦେଲା ନୃଶଂସ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ବରପାଲି ଥାନା ପିପିଲିପାଲି ଗାଁରେ । ମୃତକ ହେଲେ ନାମ ପ୍ରଧାନ ।

ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ନାମ ଏବଂ ତାଙ୍କ ପୁଅ ହରି ପ୍ରଧାନ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ୍ ହୋଇ ହରି ଏକ ଲୁହା ରଡ୍‌ରେ ନିଜ ବାପାଙ୍କୁ  ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ନାମଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାପରେ ହରି ଏକ ଶବଦାହ ଗୃହରେ ମୃତଦେହରେ ନିଆଁ ଲଗାଇ ଦେଇଥିଲା।

କୌଣସି ସୁତ୍ରରୁ ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  ଏହାପରେ ଅଭିଯୁକ୍ତ ପୁଅ ହରିକୁ ପୋଲିସ୍‌ ଅଟକ ରଖି ତଦନ୍ତ ଜାରି ରଖିଛି।

Show More

Related Articles

Back to top button