Breaking PLUSଖେଳମୁଖ୍ୟ ଖବର

ଟି-୨୦ ମ୍ୟାଚ୍‌:ଭାରତକୁ ଜିତାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନ୍‌ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ୪ ୱିକେଟ୍‌ ଅକ୍ତିଆର କରି ଟିମ୍‌ ଇଣ୍ଡିଆ ବିଜୟଲାଭ କରିଛି। ଏହି ମ୍ୟାଚରେ ଭାରତ ୫୦ ରନ୍‌ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଜମାଣିଆ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଷାନ ପାଳି ଆରମ୍ଭ କରିଥିଲେ । ୨.୫ ଓଭରରେ ଦୁହେଁ ୨୯ ରନ୍‌ ଆଦାୟ କରିଥିବା ବେଳେ ଇଶାନ ୮ ରନ୍‌ କରି ଅଲ୍ଲୀଙ୍କ ଶିକାର ହୋଇଥିଲେ । ଅଧିନାୟକ ରୋହିତ ୧୪ ବଲ୍‌ରୁ ୨୪ ରନ୍‌ କରି ପାଭିଲିୟନ୍‌ ଫେରିଥିବା ବେଳେ ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ପୋରକ ଇନିଂସ ଦେଖିବାକୁ ମିଳିଥିଲା । ନବାଗତ ଦୀପକ ହୁଦା ୧୭ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୩୩ ରନ୍‌ କରିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅନୁରୂପ ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ୧୯ ବଲରୁ ୪ଟି ଚୌକା ଓ ଦୁଇଟି ଛକା ସହାୟତାରେ ୩୯ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆତ୍ମବିଶ୍ୱାସ ଭରା ଇନିଂସ ଖେଳିଥିଲେ । ପାଣ୍ଡ୍ୟା ୩୩ ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୧ ରନ୍‌ କରିଥିଲେ । ଅକ୍ଷର ପଟେଲ ମଧ୍ୟ ୧୨ ବଲ୍‌ରୁ ୧୭ ରନ୍‌ ଓ ଅଭିଜ୍ଞ ଦୀନେଶ କାର୍ତ୍ତିକ ୭ ବଲ୍‌ରୁ ୧୧ ରନ୍‌ କରିଥିଲେ । ତେଣୁ ଭାରତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୯୮ ରନ ସଂଗ୍ରହ କରିଥିଲା । ଇଂଲଣ୍ଡର କ୍ରିସ୍‌ ଜୋର୍ଡାନ ଓ ମୋଇନ ଅଲ୍ଲୀ ଦୁଇଟି କରି ତଥା ରେସି ଟପଲେ, ତାଏମଲ ମିଲ୍ସ ଓ ମାର୍ଟ ପାର୍କିସନ୍‌ ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ ।

Show More

Related Articles

Back to top button