ଦେଶଦେଶ ବିଦେଶମନୋରଞ୍ଜନସେଲିବ୍ରିଟି

ଆଗାମୀ ଫିଲ୍ମର ଶୁଟିଂ ପାଇଁ ଦୁବାଇରେ ପହଞ୍ଚିଲେ ଏହି ବଲିଉଡ୍‌ ଅଭିନେତା

ଆଗାମୀ ଫିଲ୍ମର ଶୁଟିଂ ପାଇଁ ଦୁବାଇରେ ପହଞ୍ଚିଲେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର । ପ୍ରଶଂସକମାନଙ୍କୁ ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ‘ଏନ ରୁଟ୍‌ ଫିଲ୍ମ ନମ୍ବର # ୧୯’। ଏଥିସହିତ ଦୁବାଇର ପାସପୋର୍ଟ ଏବଂ ଟିକେଟର ଏକ ଫଟୋ ବି ଶେୟାର କରିଛନ୍ତି ।

ଆଗାମୀ ଦିନରେ ଅର୍ଜୁନ ଭୂମି ପେଡନେକରଙ୍କ ସହ ‘ଦି ଲେଡି କିଲର’ରେ ନଜର ଆସିବେ। ନିକଟରେ ଜନ୍‌ ଆବ୍ରାହମ, ତାରା ସୂତାରିଆ ଏବଂ ଦିଶା ପଟାନୀଙ୍କ ସହ ଅର୍ଜୁନ ‘ଏକ୍‌ ଭିଲେନ ରିଟର୍ନସ’ରେ ଦେଖିବାକୁ ମିଳିଥିଲା ।

ଅର୍ଜୁନ ଅଧିକାଂଶ ସମୟ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତ୍ରୀ ମଲାଇକା ଆରୋରାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ଏକାଠି ଦେଖି ବହୁତ ଖୁସି। କେବଳ ବିବାହକୁ ଅପେକ୍ଷା କରିଛନ୍ତି।

Show More

Related Articles

Back to top button