
କୋଣାର୍କ : କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ତାଳସୁଆଁ ଗାଁ ବାରିକ ସାହିରେ ଗୁରୁବାର ବିଳମ୍ଵିତ ରାତିରେ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୮ ବଖରା ଘର ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।
ସୂଚନାନୁଯାୟୀ, କୁରୁଜଙ୍ଗ ପଞ୍ଚାୟତ ତାଳସୁଆଁ ଗାଁ ବାରିକ ସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପ୍ରଥମେ ବାବୁଲି ବାରିକଙ୍କ ଘରେ ନିଆଁ ଲାଗିଥିଲା । ପରେ ଏହା ପ୍ରଶାନ୍ତ ବାରିକ ଓ ମନୋଜ ବାରିକଙ୍କ ଘରକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି, ଅସବାପତ୍ର, ଟଙ୍କା, ସୁନା ଗହଣା ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ନିକଟସ୍ଥ ଚମ୍ପାହର ଅଗ୍ନିଶମ ବାହିନୀ ଆସିଥିଲେ ମଧ୍ୟ ଗାଁକୁ ଗମନାଗମନ କରିବାକୁ ରାସ୍ତା ନଥିବାରୁ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା।