Breaking PLUSଦେଶମୁଖ୍ୟ ଖବରରାଜନୀତି
ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୧୬ ଜଣ ପାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରବିବାର ରାଜ୍ୟସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କର୍ଣ୍ଣାଟକରୁ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାରାଷ୍ଟ୍ରରୁ ପୀୟୁଷ ଗୋୟଲଙ୍କ ନାମ ଘୋଷଣା କରାଯାଇଛି। ଜୁନ୍ ୧ରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହି ଆସନଗୁଡିକ ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁ ସମେତ ୧୫ଟି ରାଜ୍ୟରେ ନିର୍ବାଚନ ହେବ।ସେଥିରେ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ରହିଛି।