Breaking PLUSଅପରାଧଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରରାଜନୀତି

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ଗୁଳି କରି ହତ୍ୟା

ଚଣ୍ଡିଗଡ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ଗୁଳି କରି ହତ୍ୟା କରାଯାଇଛି। ମାନସାର ଜବାହରପୁର ଗାଁରେ ତାଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପଞ୍ଜାବର ଭାଗବତ ମାନ ସରକାର ଶନିବାର ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ହଟାଇ ଦେଇଥିଲେ। ସୁରକ୍ଷା ହଟାଇବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନରେ ୨୮ ବର୍ଷୀୟ ମୁସେୱାଲା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କୁହାଯାଉଛି ଯେ, ସିଦ୍ଧୁ କାର୍‌ରେ ଯାଉଥିବାବେଳେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ମୁସେୱାଲାଙ୍କ ଉପରେ ପ୍ରାୟ ୭ ରାଉଣ୍ଡ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ସିଦ୍ଧୁ ମୁସେୱାଲା ପାଠ ପଢିବା ପାଇଁ କାନାଡା ଯାଇଥିଲେ। ଏହା ପରେ ସେ ପଞ୍ଜାବକୁ ଜଣେ ଗାୟକ ଭାବରେ ଫେରିଥିଲେ।ଗତ ମାସରେ ସିଦ୍ଧୁ ମୁସେୱାଲା ‘ସ୍କାପଗୋଟ’ ନାମରେ ଏକ ଗୀତ ରିଲିଜ ହୋଇଥିଲା। ଏହି ଗୀତରେ ସେ ଆମ ଆଦମୀ ପାର୍ଟି ସମର୍ଥକଙ୍କୁ ଟାର୍ଗେଟ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ଗୀତରେ ସେ ଆପ ସମର୍ଥକଙ୍କୁ ଦେଶଦ୍ରୋହୀ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ବିଭିନ୍ନ ଗ୍ୟାଙ୍ଗଷ୍ଟାର୍‌ଙ୍କ ପକ୍ଷରୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା। ଏହି କାରଣରୁ ସରକାରଙ୍କ ପକ୍ଷରୁ ସିଦ୍ଧୁଙ୍କୁ ୪୨୪ ଭିଆଇପି ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଗତ ଶନିବାର ତାଙ୍କ ସୁରକ୍ଷା ବ୍ୟବସ୍ଥା ସରକାର ହଟାଇ ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ତଦନ୍ତ ଆରମ୍ଭ କରିଛି ।

 

Show More

Related Articles

Back to top button