ଅପରାଧଓଡ଼ିଶା

ରକ୍ତରଞ୍ଜିତ ହେଲା ବରମୁଣ୍ଡା ବସଷ୍ଟାଣ୍ଡ୍

ଭୁବନେଶ୍ୱର : ରକ୍ତରଞ୍ଜିତ ହେଲା ବରମୁଣ୍ଡା ବସଷ୍ଟାଣ୍ଡ । ୨ ବସ୍ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ ।  ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ବସଷ୍ଟାଣ୍ଡରେ ବସ୍ ଆଗ ପଛ ଯିବାକୁ ନେଇ ଦୁଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଗ୍ରରୂପ ଧାରଣ କରିଥିଲା । ଉଭୟଙ୍କ ମଧ୍ୟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ମଧ୍ୟ ହୋଇଥିଲା। ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

Show More

Related Articles

Back to top button