Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ବଢ଼ିଲା ଜେଇଇ ମେନ୍‌ ଆବେଦନ ଅବଧି

ଇଞ୍ଜିନିୟରିଂ ପଢ଼ିବା ପାଇଁ ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ ଅବଧି ବଢ଼ିଲା । ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ)ର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର ସୂଚନା ଦେଇଛନ୍ତି ।

ଇଞ୍ଜିନିୟରିଂ ପଢ଼ିବା ପାଇଁ ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ ଅବଧି ବଢ଼ିଲା । ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ)ର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର ସୂଚନା ଦେଇଛନ୍ତି ।

ଏକ ବିଜ୍ଞପ୍ତିରେ ଡ. ପରାସର କହିଛନ୍ତି, ଫେବ୍ରୁଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ସେହିପରି ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ୍‌ରେ ମଧ୍ୟ ଜେଇଇ ମେନ୍‌ ହେବ । ଛାତ୍ରଛାତ୍ରୀମାନେ ୪ଥର ଜେଇଇ ମେନ୍‌ ପରୀକ୍ଷା ମଧ୍ୟରୁ ଗୋଟିଏ, ଦୁଇଟି, ତିନୋଟି କିମ୍ବା ୪ଟି ଯାକ ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷାରେ ର‌୍ୟାଙ୍କ ହାସଲ କରିବା ପରେ ଦେଶରେ ଥିବା ଏନଆଇଟି, ଟ୍ରିପଲ୍‌ ଆଇଟି ସମେତ ଅନ୍ୟ ସମସ୍ତ କେନ୍ଦ୍ରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଓ ରାଜ୍ୟଗୁଡ଼ିକରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖିପାରିବେ । ଚଳିତବର୍ଷ ଜେଇଇ ମେନ୍‌ରେ ର‌୍ୟାଙ୍କ୍‌ ହାସଲ କରିବା ପରେ ଛାତ୍ରଛାତ୍ରୀମାନେ ଗୋରଖପୁରସ୍ଥିତ ମଦନ ମୋହନ ମାଲବ୍ୟ ବୈଷୟିକ ବିଶ୍ୱବିଦ୍ୟାଳୟରେ ମଧ୍ୟ ନାମ ଲେଖିପାରିବେ । ତେଣୁ ଏହି ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ ଯେ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନରେ ବିଟେକ୍‌ ପଢ଼ିବା ପାଇଁ ଆବେଦନ କରିପାରିବେ ।

୨୩ ତାରିଖ ଆବେଦନ କରିବା ପରେ ଅନଲାଇନ୍‌ରେ ୨୪ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଫି’ ଦାଖଲ କରିହେବ । ୨୭ରୁ ୩୦ ତାରିଖ ମଧ୍ୟରେ ଫର୍ମରେ କୌଣସି ତ୍ରୁଟି ଥିଲେ ସଂଶୋଧନ କରିହେବ । ସେହିପରି ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ଆଡମିଟ୍‌ କାର୍ଡ଼ ଡାଉନଲୋଡ୍‌ କରିହେବ ବୋଲି ଡ. ପରାସର କହିଛନ୍ତି । ଏ ସମ୍ପର୍କରେ ବିସ୍ତୃତ ସୂଚନା www.nta.ac.inରେ ଦିଆଯାଇଛି ବୋଲି ଡ. ପରାସର କହିଛନ୍ତି ।

Show More

Related Articles

Back to top button