Breaking PLUSଜୀବନଚର୍ଯ୍ୟାଦେଶଦେଶ ବିଦେଶମୁଖ୍ୟ ଖବରସେଲିବ୍ରିଟି
ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ପରଲୋକ
କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ ।

୮୫ ବର୍ଷ ବୟସରେ ପଶ୍ଚିମବଙ୍ଗର ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଗୁରୁବାର ପରଲୋକ ହୋଇଛି । କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅନେକ ଚେଷ୍ଟା ପରେ ବି ସେ ଜୀବନ ଯୁଦ୍ଧରେ ଜିତି ପାରିଲେ ନାହିଁ । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡି ନାହିଁ । ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ମଧ୍ୟ ଆସି ନାହିଁ। ଅଭିଷେକଙ୍କ ମୃତ୍ୟୁକୁ ନେଇ ସିନେମାଜଗତ ଦୁଃଖରେ ଭାଙ୍ଗି ପଡ଼ିଛି । ବେଙ୍ଗଲି ଚଳଚ୍ଚିତ୍ର ଦୁନିଆରେ ଅଭିଷେକ ୧୯୮୬ରେ କ୍ୟାରୀୟର ଆରମ୍ଭ କରିଥିଲେ। ତୁରଣ ମଜୁମଦାରଙ୍କ ନିର୍ଦ୍ଦେଶିତ ପାଠଭୋଲା ସିନେମାରେ ସେ ପ୍ରଥମେ ଅଭିନୟ କରିଥିଲେ। ଅଭିଷେକଙ୍କ ଅଭିନୟ ଅନ୍ୟତମ ଫିଲ୍ମ ମଧ୍ୟରେ ‘ଓରା ଚାର୍ଜନ, ତୁମି କୋତୋ ସୁନ୍ଦର, ସୁରେରେ ଆକାଶେ, ତୋଫାନ, ମର୍ଯ୍ୟାଦା, ଅମର ପ୍ରେମ, ପାପି, ଜୀବନ ପ୍ରଦୀପ, ପୁରୁଷୋତ୍ତମ ଆବିର୍ଭାବ, ଅର୍ଜୁନ ଆମର ନାମ ଏବଂ ସବୁଜ ସାଥୀ ଆଦି ରହିଛି। ଭେଟାରାନ କଳାକାର ଅଭିଷେକ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି। ଅଭିନୟ ସହ ପାଠପଢ଼ାରେ ବି ସେ ପାରଙ୍ଗମ ଥିଲେ ।