ଓଡ଼ିଶାପାଣିପାଗସ୍ୱତନ୍ତ୍ର

ଅସହ୍ୟ ଖରା ଯୋଗୁଁ ନନ୍ଦନକାନନରେ ପ୍ରାଣୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଅସହ୍ୟ ତାତି ଯୋଗୁଁ  ସହି ନ ପାରି ଛାଇ ଖୋଜୁଛନ୍ତି ଜୀବଜନ୍ତୁ

କିଛିଦିନ ହେବ ଓଡିଶାରେ ଗ୍ରୀଷ୍ମର ପ୍ରକୋପବୃଦ୍ଧି ପାଉଛି । ଆହୁରି ୪ ଡିଗ୍ରୀ  ତାପମାତ୍ରା  ବଢିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଏପରି ସ୍ଥଳେ ଖରା ଦାଉରୁ ରକ୍ଷା ପାଇବା ପାଇଁ ନନ୍ଦନକାନ କତ୍ତୃପକ୍ଷଙ୍କ ପକ୍ଷରୁ ପଶୁପକ୍ଷୀଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅସହ୍ୟ ତାତି ଯୋଗୁଁ  ସହି ନ ପାରି ଛାଇ ଖୋଜୁଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁ । କିଏ ଗଛ ଛାଇରେ ତ ଆଉ କିଏ ପାଣିରେ ଶୋଇ ରହୁଛନ୍ତି । ସିମ୍ପାଂଜି, ବାଘ, ସିଂଘ, ହାତୀ, ହରିଣ ସହ ବିଭିନ୍ନ ପ୍ରକାରର ପକ୍ଷୀ ତାତିରୁ ତ୍ରାହି ପାଇଁ ଚେଷ୍ଟା କରୁଛନ୍ତି ।

ଖରାଦାଉରୁ ସୁରକ୍ଷା ଦେବାପାଇଁ ପଶୁପକ୍ଷୀଙ୍କ ପାଣି ଏବଂ ବରଫ ମିଶ୍ରିତ ପାଣି ଦିଆଯାଉଥିବାବେଳେ ହାତୀ ମାନଙ୍କୁ ପାଣି ପକାଇ ଗାଧୋଇ ଦିଆଯାଉଛି । ସମ୍ପାଞ୍ଜିଙ୍କୁ ପଇଡ, ତରଭୁଜ ଇତ୍ୟାଦି ଖାଇବାକୁ ଦିଆଯାଉଛି । କୌଣସି ଜୀବ ଅସୁସ୍ଥ ହେଲେ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସଜାଗ ରହିଥିବା ନନ୍ଦନକାନନର ବରିଷ୍ଠ ଚିକିତ୍ସକ କହିଛନ୍ତି ।

 

Show More

Related Articles

Back to top button