ଦେଶସ୍ୱତନ୍ତ୍ର

ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କଲେ ଆପ୍ ସରକାର , ପ୍ରତି ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ସେବା

ପଞ୍ଜାବବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କଲେ ଆପ୍ ସରକାର । ପ୍ରତି ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ସେବା । ରାଜ୍ୟରେ ଏହି ସେବାକୁ ଜୁଲାଇ ୧ତାରିଖରେ ଲାଗୁ କରିଛନ୍ତି ଆପ୍ ସରକାର । ତେବେ ଏହି ମାଗଣା ବିଜୁଳି ପାଇଁ କେତେକ ସର୍ତ ମଧ୍ୟ ରଖିଛନ୍ତି ଭଗୱନ୍ତ ମାନ୍ ସରକାର ।

ରାଜ୍ୟସଭା ସାଂସଦ ରାଘବ ଚଢା ଦେଇଥିବା ସୂଚନା ଅନୁଯାୟୀ,  “ଆଜି ଏକ ଐତିହାସିକ ଦିନ, କାରଣ ପଞ୍ଜାବ ଦିଲ୍ଲୀ ପରେ ମାଗଣା ବିଦ୍ୟୁତ ପାଇବାରେ ଦ୍ୱିତୀୟ ରାଜ୍ୟ ହୋଇପାରିଛି । ପଞ୍ଜାବୀମାନଙ୍କ ପାଇଁ ‘କେଜ୍ରିୱାଲ ଦ ପେହଲି ଗ୍ୟାରେଣ୍ଟି’ ବାସ୍ତବରେ ପରିଣତ ହୋଇଛି ।

ଏନେଇ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଜୁନ୍ ୨୭ ରେ ଆପ୍ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ଏଥିରେ କହିଥିଲେ ଯେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ଦ୍ୱାରା ସରକାରୀ ଖଜଣା ଉପରେ ୧୮୦୦ କୋଟି ଟଙ୍କା ଅତିରିକ୍ତ ବୋଢ ପଡ଼ିବ ।

ଶାସନକୁ ଆସିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ରାଜ୍ୟର ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଏବେ ଜୁଲାଇ ୧ତାରିଖରୁ ଏହାକୁ ଲାଗୁ କରିବା ପରେ ଏନେଇ ଖବରକାଗଜରେ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇଛି । ଜୁଲାଇ ୧ତାରିଖରୁ ମାସକ ୩ଶହ ୟୁନିଟ ମାଗଣା ବିଜୁଳି ସହ ୩୧ଡିସେମ୍ବର ୨୦୨୧ ପୂର୍ବର ସମସ୍ତ ବିଜୁଳି ବିଲକୁ ଛାଡ଼ କରାଯାଇଥିବା ଏହି ବିଜ୍ଞାପନର ଲେଖାଅଛି ।

– ଦିଲ୍ଲୀ ପରେ ପଞ୍ଜାବ ମାଗଣା ବିଦ୍ୟୁତ
– ପଞ୍ଜାବରେ ପ୍ରତିମାସ ୩୦୦ ଯୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି
– ପୂର୍ବ ଘୋଷଣ ମୁତାବକ ଜୁଲାଇ ୧ତାରିଖରୁ ଲାଗୁ
– ପଞ୍ଜାବରେ ପ୍ରତି ଦୁଇ ମାସରେ ଥରେ ବିଜୁଳି ବିଲ ଦିଆଯାଏ
– ୨ମାସରେ ୬୦୦ ୟୁନିଟ ପର୍ଯ୍ୟନ୍ତ ବିଲ ହୋଇଥିଲେ କୌଣସି ଦେୟ ଦେବାକୁ ପଡିବନାହିଁ
– ମାଗଣ ବିଦ୍ୟୁତ ପାଇଁ କିଛି ସର୍ତ୍ତ ରଖିଛନ୍ତି ଆପ୍ ସରକାର
– ସାଧାରଣ ବର୍ଗରେ ଦୁଇ ମାସରେ ୬୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ
– ଦୁଇ ମାସର ବିଲରେ ୬୦୦ରୁ ଅଧିକ ବ୍ୟବହାର ହୋଇଥିବା ୟୁନିଟ ବାବଦକୁ ବିଲ ଦେବାକୁ ପଡିବ
– ଏହାଦ୍ୱାରା ପଞ୍ଜାବର ୭୩ଲକ୍ଷ ପରିବାର ଉପକୃତ ହେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଦାବି କରିଛନ୍ତି
– ଏହାସହ ୩୧ଡିସେମ୍ବର ୨୦୨୧ ପୂର୍ବର ସମସ୍ତ ବିଜୁଳି ବିଲକୁ ଛାଡ଼ କରାଯାଇଛି
– ସମସ୍ତ କ୍ୟାଟେଗାରୀର ମାଗଣା ବିଜୁଳ ବିଲକୁ ଛାଡ କରିଛନ୍ତି ପଂଜାବ ସରକାର
– ମାଗଣା ବିଜୁଳି ଦ୍ୱାରା ରାଜ୍ୟ ସରକାରଙ୍କୁ ଅତିରିକ୍ତ ୫ହଜାର କୋଟିର ଆର୍ଥିକ ବୋଝ ପଡିବ

Show More

Related Articles

Back to top button