୬ ଲେନ୍ ବିଶିଷ୍ଟ ହେବ ଚଣ୍ଡିଖୋଲ-ପାରାଦୀପ ରାସ୍ତା
୬ ଲେନ୍ ହେବ ଚଣ୍ଡିଖୋଲ-ପାରାଦୀପ। ଏହି ୭୭ କିଲୋମିଟର ଜାତୀୟ ରାଜପଥକୁ ସଂପ୍ରସାରଣ କରିବା ପାଇଁ ଯୋଜନା କରିଛି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)। ଏଥିପାଇଁ ଖୁବ୍ଶୀଘ୍ର ଆରମ୍ଭ ହେବ ଫିଜିବିଲିଟି ସର୍ଭେ।

୬ ଲେନ୍ ହେବ ଚଣ୍ଡିଖୋଲ-ପାରାଦୀପ। ଏହି ୭୭ କିଲୋମିଟର ଜାତୀୟ ରାଜପଥକୁ ସଂପ୍ରସାରଣ କରିବା ପାଇଁ ଯୋଜନା କରିଛି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)। ଏଥିପାଇଁ ଖୁବ୍ଶୀଘ୍ର ଆରମ୍ଭ ହେବ ଫିଜିବିଲିଟି ସର୍ଭେ। ଏଥିପାଇଁ ଡକାଯାଇଛି ଟେଣ୍ଡର। ଏହି ରାସ୍ତା ଚଉଡ଼ା ହେଲେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରବାସୀ ବିଶେଷ ଉପକୃତ ହେବେ।
ଏନ୍ଏଚ୍ଏଆଇ ଅଧିକାରୀ ଜଣାଇଛନ୍ତି, ଚଣ୍ଡିଖୋଲ-ପାରାଦୀପ ୭୭ କିମି ରାସ୍ତା ଏନ୍ଏଚ୍ ଏବେ ୪ ଲେନ୍ ରହିଛି । ଏହାର ଉଭୟ ପାଶ୍ୱର୍ରେ ଆଉ ଏକ ଲେନ୍ ଲେଖାଏଁ ଚଉଡ଼ା କରାଯିବ । ଏଭଳି ଭାବେ ରାସ୍ତାଟି ମୋଟ ୬ ଲେନ୍ ହେବ । ରାସ୍ତା ସଂପ୍ରସାରଣ ପାଇଁ ଜମି ସମସ୍ୟା ନାହିଁ । ଜମି ଏନ୍ଏଚ୍ଏଆଇ ପାଖରେ ଅଛି । ବର୍ତ୍ତମାନ ଏହି ପ୍ରକଳ୍ପର ଫିଜିବିଲିଟି ସର୍ଭେ କରିବାକୁ ଟେଣ୍ଡର ଡକାଯାଇଛି ।
ଟେଣ୍ଡରଧାରୀ ସଂସ୍ଥା ୪-୬ ମାସ ଭିତରେ ସର୍ଭେ ରିପୋର୍ଟ ଦେବେ । ଫିଜିବିଲିଟି ସର୍ଭେବେଳେ ଏହି ରାସ୍ତାରେ କେଉଁଠି ବ୍ରିଜ୍ ରହିବ? ରାସ୍ତାର ମୋଟେଇ କିଭଳି ହେବ, ସବୁ ଦିଗକୁ ଅନୁଧ୍ୟାନ କରାଯିବ । ରିପୋର୍ଟ ପ୍ରସ୍ତୁତ ପରେ ଅର୍ଥ ବ୍ୟୟବରାଦ କରାଯିବ । ଏହାସହ ପ୍ରକଳ୍ପ ପାଇଁ ଟେଣ୍ଡର ଡକାଯିବ । ଏହି ପ୍ରକଳ୍ପ ପାଇଁ ଆନୁମାନିକ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ଫିଜିବିଲିଟି ରିପୋର୍ଟ ମିଳିବା ପରେ ବ୍ୟୟ ଆକଳନ ପ୍ରସ୍ତୁତ ହେବ ।