
ରାଜସ୍ଥାନରେ କଂଗ୍ରେସ ସଂକଟ ଟଳିବା ପରିବର୍ତ୍ତେ ବଢିବାରେ ଲାଗିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ କଂଗ୍ରେସ ହାଇ କମାଣ୍ତ ଚାହୁଁଥିବା ବେଳେ ଅଶୋକ ଗେହଲଟ୍ ଇସ୍ତଫା ଦେଵାକୁ ପ୍ରସ୍ତୁତ ନାହାନ୍ତି। ଆଜି କିମ୍ବା ଭବିଷ୍ୟତରେ ଇସ୍ତଫା ଦେବେନାହିଁ ବୋଲି ରାଜ୍ୟ ମନ୍ତ୍ରୀ ପ୍ରତାପ ସଂହ କହିଛନ୍ତି। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି । ତେଣୁ ହାତରେ ଆଉ ମାତ୍ର ଦୁଇଦିନ। ଏହି ଦୁଇଦିନରେ କଂଗ୍ରେସ ହାଇ କମାଣ୍ତ ଓ ଗେହଲଟଙ୍କ ଭିତରେ ଭଲ ଆଲୋଚନା ହେବା ଜରୁରି ହୋଇପଡ଼ିଛି। ୭୫ ବର୍ଷୀୟ ଦିଗ୍ ବିଜୟ କେରଳରେ ଭାରତ ଯୋଡ଼ୋ ଯାତ୍ରା ଛାଡ଼ି ଦିଲ୍ଲୀ ଗସ୍ତ କରିଛନ୍ତି। ଦୁଇଦିନ ଭିତରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ।ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି । ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ପୂର୍ବତନ ମନ୍ତ୍ରୀ ହର୍ଷ ମହାଜନ ବୁଧବାର ବିଜେପିରେ ସାମିଲ ହୋଇଥିବା ସୂଚନାମିଳିଛି।