ଆଇନ କାନୁନଦେଶ

ଏଣିକି ଗର୍ଭପାତ କରାଇ ପାରିବେ ଅବିବାହିତ ମହିଳା-ସୁପ୍ରିମକୋର୍ଟ

ଏଣିକି ଗର୍ଭପାତ କରାଇ ପାରିବେ ଅବିବାହିତ ମହିଳା । ଗୁରୁବାର ଏନେଇ ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ଅବିବାହିତାଙ୍କୁ ଗର୍ଭପାତ କରାଇବାର ଅଧିକାର ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଭାରତର ସବୁ ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ,ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି ।ଏମଟିପି ଆଇନ ଓ ଏହା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନକୁ ନେଇ ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ, ଅବିବାହିତ ମହିଳାଙ୍କୁ ଇଛାବିରୁଧ ଗର୍ଭର ଶିକାର ହେବା ଦେବା ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗେନ୍ସି ଅଧିନିୟମର ଉଦ୍ଦେଷ୍ୟ ଓ ଭାବନାର ବିରୋଧାଚରଣ ହେବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୨୧ର ସଂଶୋଧନ ପରେ ଏମଟିପି ଆଇନର ଧାରା-୩ରେ ପତି ବଦଳରେ ପାର୍ଟନର ଶବ୍ଦର ବ୍ୟବହାର କରାଯାଇଛି । ଯାହାକି ଅଧିନିୟମରେ ଅବିବାହିତ ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ଆଇନର ଉଦ୍ଦେଶ୍ୟକୁ ଦର୍ଶାଉଛି । ଏହା ସହିତ ନ୍ୟାୟାଳୟ ଏମସ୍ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ ବୋର୍ଡ୍ ଗଠନ କରିବାକୁ କହିଛନ୍ତି । ଏହି ବୋର୍ଡ୍ ମହିଳାଙ୍କ ଉପରେ ଗର୍ଭପାତର ପ୍ରଭାବ ବାବଦରେ ତର୍ଜମା କରିବ । ଗର୍ଭପାତ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡୁଛି ନା ନାହିଁ ତାହା ବୋର୍ଡ୍ ଦେଖିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

 

Show More

Related Articles

Back to top button