Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମସ୍କୋରେ ଆତଙ୍କବାଦୀ ଆକ୍ରମଣ, 60ରୁ ଅଧିକ ଲୋକଙ୍କ ମୃତ୍ୟୁ, 80 ଆହତ

ମସ୍କୋ- ଋଷର ରାଜଧାନୀ ମସ୍କୋର କ୍ରାସ୍ତ୍ରୋଗୋର୍ସ୍କ ସହରର କ୍ରୋକସ ସିଟି ହଲରେ ଆତଙ୍କବାଦୀ ଆକ୍ରମଣରେ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଛି ।
ଅଜଣା ବନ୍ଧୁକଧାରୀମାନେ କ୍ରୋକସ ସିଟି ହଲରେ ଗୁଳିକାଣ୍ଡ ଓ ବୋମା ବର୍ଷଣ କରିଥିଲେ । ଏହି ସମୟରେ ହୋଇଥିବା ବିସ୍ଫୋରଣରେ ବଡ ବଡ ବିଲ୍ଡିଂ ଦୋହଲିଯାଇଥିଲା ଏବଂ ଏଥିରେ ନିଆଁ ଲାଗିଯାଇଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଆତଙ୍କବାଦୀ ଆକ୍ରମଣରେ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅପରାଧ ଓ ଋଷ ତଦନ୍ତକାରୀ କମିଟିର ବିଶେଷଜ୍ଞ ଅତିରିକ୍ତ ମାମଲାର ମନ୍ତ୍ରାଳୟ ଓ ସଂଘୀୟ ସୁରକ୍ଷା ସେବା ମିଳିତ ଭାବେ ଏହାର ତଦନ୍ତ କରୁଛନ୍ତି ।

Show More

Related Articles

Back to top button