Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନରେ ଭୟଙ୍କର ସ୍ଥିତି

ପାଣି ବୋତଲ ଦାମ ୩୦୦୦, ଭାତ ପ୍ଲେଟ ୭୦୦୦ ଟଙ୍କା

ଦିନକୁ ଦିନ ଆଫଗାନିସ୍ତାନ ପରିସ୍ଥିତି ଅଧିକରୁ ଅଧିକ ଭୟଙ୍କର ହେବାରେ ଲାଗିଛି । ତାଲିବାନ ଆତଙ୍କବାଦୀ ଦେଶକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି । ଏଥି ସହିତ ଆକାଶମାର୍ଗରେ ଏହି ଦେଶକୁ ସାମଗ୍ରୀ ପରିବହନ ମଧ୍ୟ ବନ୍ଦ ରହିଛି । ଏଥିସହିତ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି  ଏବଂ ବିଶ୍ବବ୍ୟାଙ୍କ ଆଫଗାନିସ୍ତାନକୁ ସାହାଯ୍ୟ ବନ୍ଦ କରିଦେଇଛନ୍ତି । ଅନ୍ୟ ପକ୍ଷରେ ତାଲିବାନ ଭୟରେ ନିଜ ଜୀବନ ନେଇ ଦେଶରୁ ଅନ୍ୟତ୍ର ଯିବାପାଇଁ ଲୋକମାନେ ପ୍ରତି ମୂହୁର୍ତ୍ତରେ ଉଦ୍ୟମ କରୁଛନ୍ତି । ତାଲିବାନ ଆତଙ୍କି ସେମାନଙ୍କ ଉପରକୁ ଗୁଳି ଚଳାଉଥିଲେ ମଧ୍ୟ ତାହାକୁ ସେମାନେ ଖାତିର ନକରି ଏବେ ଏକ ମାତ୍ର ଯୋଗାଯୋଗ ସ୍ଥଳ ପାଲଟିଥିବା କାବୁଲ ବିମାନ ବନ୍ଦରରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି । ଏପରିକି ପାସପୋର୍ଟ, ଭିସା ନଥିବା ଆଫଗାନ ନାଗରିକ ମଧ୍ୟ ସେଠାରୁ ପଳାଇ ଆସିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ସେଠାରେ ପରିସ୍ଥିତି ଏଭଳି ହୋଇଛି ହୋଇଛି ଯେ ପାଣି ବୋତଲ ଦାମ ୩୦୦୦ ଟଙ୍କା ଏବଂ ଭାତ ପ୍ଲେଟ୍ ୭୦୦୦ ଟଙ୍କାରେ ବିକ୍ରି ହେଉଛି । ଭାରତର ଏକ ପ୍ରମୁଖ ଘରୋଇ ଟେଲିଭିଜନ ନ୍ୟୁଜ ଚାନେଲ ସୂତ୍ରରୁ ଜଣାଯାଉଛି ଯେ କାବୁଲ ବିମାନ ବନ୍ଦର ବାହାରେ ଓ ଭିତରେ ପରିସ୍ଥିତି  ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି । ଏକ ଆକଳନ ଅନୁଯାୟୀ ପ୍ରାୟ ୧୦ ଲକ୍ଷ ଆଫଗାନ ନାଗରିକ ଅଥବା ଅନ୍ୟକୌଣସି ରାଷ୍ଟ୍ରର ପାସପୋର୍ଟ ଓ ଭିସା ଥିବା ଲୋକ ସେଠାରୁ ପଳାଇଯିବା ଚେଷ୍ଟାରେ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେଠାରୁ ମାତ୍ର ପ୍ରାୟ ୮୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିଛି। ସେମାନେ ମୁଖ୍ୟତଃ ବିଦେଶୀ ନାଗରିକ ଅଥବା ଅନ୍ୟ କୌଣସି ରାଷ୍ଟ୍ରର ଭିସା ହାସଲ କରିଥିବା ବ୍ୟକ୍ତି ଅଟନ୍ତି। ଅନେକ ଲୋକଙ୍କ ନିକଟରେ ଖାଇବା ତ ଦୂରର କଥା ପାଣି କିଣିବାକୁ ଅର୍ଥ ନାହିଁ। ଏଭଳି ପରିସ୍ଥିତିରେ କାବୁଲ ବିମାନ ବନ୍ଦର ବାହାରେ ଏବେ ପାଣି ବୋତଲ ୪୦ ଆମେରିକୀୟ ଡଲାର ବା ୩୦୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଭାତ ପ୍ଲେଟର ଦାମ ୧୦୦ ଡଲାର ବା ୭୦୦୦ ଟଙ୍କାରେ ବିକ୍ରି ହେଉଛି।

Show More

Related Articles

Back to top button