Breaking PLUSଦେଶ ବିଦେଶଶିକ୍ଷା

ଆରମ୍ଭ ହେଲା ଜେଇଇ ମେନ

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ

ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ । କରୋନା କଟକଣା ଭିତରେ ପରୀକ୍ଷା ଚାଲିଛି। 26, 27, 31 ତାରିଖ ଏବଂ ସେପ୍ଟେମ୍ବର1 ଓ 2 ତାରିଖରେ ସର୍ବଭାରତୀୟ ସ୍ତରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦେଶରେ ମୋଟ୍ 334 ସହରରେ ପରୀକ୍ଷା ଆୟୋଜନ ହେଉଛି । ଜେଇଇ ମେନ୍ 7 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବାକୁ ଥିବାବେଳେ ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ପାଖାପାଖି ଲକ୍ଷେ ପରୀକ୍ଷାର୍ଥୀ । କରୋନା କଟକଣାରେ ପରୀକ୍ଷା ଆୟୋଜନ ହେଉଛି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ବାଧ୍ୟତା ମୂଳକ କରାଯାଇଛି । ହଲରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କିନିଂ କରାଯିବ । ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ରେ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଦିଆଇଛି । ଏକାଧିକ ଥର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଯେଉଁ ପରୀକ୍ଷାରେ ଅଧିକ ନମ୍ବର ରଖିବେ ତାକୁ ଗ୍ରହଣ କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ବା ଏନ୍ଟିଏ କହିଛି ।

Show More

Related Articles

Back to top button