
ଭୟଙ୍କର ବୋମା ବିସ୍ଫୋରଣରେ ଥରିଲା ଆଫ୍ଗାନିସ୍ତାନର ଉତ୍ତରାଞ୍ଚଳର ଏକ ବିଦ୍ୟାଳୟ । ଏହି ବିସ୍ଫୋରଣ ଆଜି ଆୟବକ ସହର ସ୍ଥିତ ଏକ ମଦ୍ରାସାରେ ହୋଇଥିବା ବେଳେ ଏହା ପଛରେ ଆଇଏସ୍ ଆତଙ୍କବାଦୀ ସଂଗଠନର ହାତ ରହିଥିବା ଅନୁମାନ କରାଯାଉଛି। ଏହି ବିସ୍ଫୋରଣ ଫଳରେ ୧୦ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଆହତ ହୋଇଛନ୍ତି ୩୦ରୁ ଅଧିକ ।
ଆଫ୍ଗାନ ଗୃହ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ, ଏହି ବିସ୍ଫୋରଣ ଆୟବକ ସହର ସ୍ଥିତ ଏକ ମଦ୍ରାସାରେ ହୋଇଛି । ସମସ୍ତ ଆହତଙ୍କ ମଧ୍ୟରେ ଅନେକ ଆହତ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଗଷ୍ଟ ୨୦୨୧ରେ ତାଲିବାନ ହାତକୁ ଦେଶର ନିୟନ୍ତ୍ରଣ ଯିବା ପରଠାରୁ ଆଇଏସ୍ ସଂଗଠନ ପକ୍ଷରୁ ସିହା ମୁସ୍ଲିମ ସଂପ୍ରଦାୟକୁ ଟାର୍ଗେଟ୍ କରି ଲଗାତାର ଆକ୍ରମଣ ହେଉଛି।