ଦେଶମନୋରଞ୍ଜନସେଲିବ୍ରିଟି

ବକ୍ସ ଅଫିସରେ ଧମାଲ କରୁଛି ଦୃଶ୍ୟମ୍-୨,ଦୁଇ ସପ୍ତାହରେ କଲାଣି ଏତିକି ଆୟ

ବକ୍ସ ଅଫିସରେ ଧମାଲ କରୁଛି ଦୃଶ୍ୟମ୍-୨ । କରୋନା ମହାମାରୀ କ୍ରମଶଃ ହ୍ରାସ ପାଇବା ପରେ ଅନେକ ଫିଲ୍ମ ରିଲିଜ ହେଉଥିଲେ ମଧ୍ୟ କିଛି ଫିଲ୍ମ ଭଲ ରୋଜଗାର କରୁଛି । ଏହାମଧ୍ୟରେ ବର୍ତ୍ତମାନ ଦୃଶ୍ୟମ୍-୨ ମୁକ୍ତିଲାଭ ପରଠାରୁ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି । ଏହି ଚଳତିତ୍ରରେ ଅଜୟ ଦେବଗନଙ୍କ ଅଭିନୟ, ଏବଂ ଆଇଜି ଭୁମିକାରେ ଥିବା ତେବେ ଅକ୍ଷୟ ଖାନ୍ନାଙ୍କ ଦମଦାର ଏଣ୍ଟ୍ରୀ ଏହି ଚଳଚ୍ଚିତ୍ରରେ ଟ୍ୱିଷ୍ଟ ଆଣିଛି । ତେବେ ଦୃଶ୍ୟମ୍-୨  ରିଲିଜର ପ୍ରଥମଦିନରେ ହିଁ ୧୫ କୋଟି ୩୮ ଲକ୍ଷ ଟଙ୍କା ରୋଜଗାର କରିଥିଲା ।

ଏହାପରେ ଚଳଚ୍ଚିତ୍ର ଦୃଶ୍ୟମ୍-୨ ମାତ୍ର ଗୋଟିଏ ସପ୍ତାହରେ ୧୦୪. ୬୬ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୧୨୬.୫୮ କୋଟି ରୋଜଗାର କରିଥଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଜୟ ଦେବଗନଙ୍କ ଏହି ଫିଲ୍ମ ୧୬୦ କୋଟି ଟଙ୍କା ରୋଜଗାର କରିଛି ।

ତେବେ ଏହା ପୂର୍ବରୁ ବ୍ରହ୍ମାସ୍ତ୍ର ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ଏହା ୨ ସପ୍ତାହରେ ୨୨୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଏହା ସର୍ବମୋଟ ୪୧୮.୮ କୋଟି ଟଙ୍କା ରୋଜଗାର କରିଥିଲା । ଯାହାକି ଚଳିତ ବର୍ଷର ସବୁଠାରୁ ବଡ ବଜେଟ୍ । ସେହିପରି ଦୃଶ୍ୟମ୍ -୨ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବର୍ଷର ଦ୍ୱିତୀୟ ବଡ ବଜେଟ୍ ହୋଇଛି । ତେବେ କୁହାଯାଉଛି ଯେ ଯଦି ଫିଲ୍ମ ଦୃଶ୍ୟମ୍-୨ ଏହିପରି ଭାବେ ଆଉ କିଛି ଦିନ ଚାଲେ ତେବେ ଏହା ୨୫୦ କୋଟି ବଜେଟ୍ ଅତିକ୍ରମ କରିପାରେ ।

Show More

Related Articles

Back to top button