ଅପରାଧଆଇନ କାନୁନମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା, ଲାଇଗର ଫିଲ୍ମକୁ ନେଇ ଫସିଲେ ଇଡି ଜାଲରେ

ହାଇଦ୍ରାବାଦ: ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡାଙ୍କ। ଲାଇଗର ଫିଲ୍ମକୁ ନେଇ ଇଡି ଜାଲରେ ଫସିଲେ ଅଭିନେତା। ସମନ ପରେ ୧୨ ଘଣ୍ଟା ଧରି ବିଜୟଙ୍କୁ ପଚରାଉଚରା କରିିଛି ଇଡି।

ନିକଟରେ ରିଲିଜ ହୋଇଥିବା ଫିଲ୍ମ ଲାଇଗରରେ ଫଣ୍ଡିଂକୁ ନେଇ ବିଜୟ ଦେବରକୋଣ୍ଡାଙ୍କୁ ଇଡି ପ୍ରଥମେ ସମନ କରିଥିଲା। ଏହାପରେ ବୁଧାବର ସାକଳ ୮ଟାରୁ ରାତି ୯ଟା୩୦ ଯାଏଁ ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହି ଫିଲ୍ମକୁ ନେଇ କେବଳ ବିଜୟ ଦେବରକୋଣ୍ଡା। ନୁହନ୍ତି ଫିଲ୍ମ ନିର୍ମାତା ଚାର୍ମି କୌରଙ୍କୁ ମଧ୍ୟ ଇଡି ପଚରାଉଚରା କରିଛି। ଚାର୍ମିଙ୍କୁ ଇଡି ନଭେମ୍ବର ୧୭ରେ ପଚରା ଉଚୁରା କରିଥିଲା। ଏହି ସମୟରେ ବିଦେଶୀ ମୁଦ୍ର ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ତାଙ୍କୁ ଇଡି ଜେରା କରିଥିଲା।

ଲାଇଗର ଫିଲ୍ମ ମାଧ୍ୟମରେ ସାଉଥ୍ ଆକ୍ଟର ବିଜୟ ଦେବୋରକୋଣ୍ଡା ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମ ୨୫ ଅଗଷ୍ଟରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମର ବଜେଟ୍ ଥିଲା ୧୦୦ କୋଟି। ଫିଲ୍ମରେ ଆମେରିକାନ୍ ବକ୍ସିଂ ଷ୍ଟାର୍ ମାଇକ୍ ଟାଇସନ ମଧ୍ୟ ନଜର ଆସିଥିଲେ। ଅବଶ୍ୟ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା। ଫିଲ୍ମରେ ବିଜୟଙ୍କ ଦେବରକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ଏବଂ ରାମ୍ୟା କୃଷ୍ଣନ ଭଳି ପ୍ରମୁଖ ତାରକାଙ୍କୁ ମଧ୍ୟ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିଥିଲା।

Show More

Related Articles

Back to top button