ଦେଶ ବିଦେଶବାଣିଜ୍ୟ

ଟେଲିକମ ମନ୍ତ୍ରୀ: ଭାରତରେ ୨୦୨୪ ସୁଦ୍ଧା ଲଞ୍ଚ୍ ହେବ 6G, ଚାଲିଛି ଜୋରଦାର ପ୍ରସ୍ତୁତି

ଭାରତ ସରକାରଙ୍କ ଟେଲିକମ କମ୍ପାନୀ ବିଏସଏନଏଲ ନିକଟରେ ୪ଜି ପରୀକ୍ଷା କରିଛି। ଭାରତରେ ବର୍ତ୍ତମାନ ୫ଜି ମଧ୍ୟ ନାହିଁ ଏବଂ କେବେ ଏହା ଲଞ୍ଚ ହେବା ଏହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ।

ମାତ୍ର ସରକାର ଏବେ ୬ଜି ଆଣିବାକୁ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଭାରତ ୬ଜି ଟେକ୍ନୋଲୋଜି ବିକଶିତ କରିବା ଦିଗରେ କାମ କରୁଛି। ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରେ ଭାରତରେ ୬ଜି ଲଞ୍ଚ ପାଇଁ ପ୍ରସ୍ତୁତି କରାଯାଉଥିବା ମନ୍ତ୍ରୀ କହିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ଏକ ଓ୍ଵେବିନାର ସମୟରେ ମନ୍ତ୍ରୀ କହିଛନ୍ତି, ୬ଜି ଉପରେ କାମ କରୁଥିବା ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ଏହାର ଅନୁମତି ଦିଆଯାଇଛି। ୬ଜିର ଡେଭଲପମେଣ୍ଟ କାମ ଆରମ୍ଭ ହୋଇ ସାରିଛି। ସରକାର ଏହି ଦିଗରେ କାମ କରୁଛନ୍ତି।

ଭାରତରେ କେବେ ଆସିବ ୫ଜି ?

ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ୨୦୨୩-୨୪ ସୁଦ୍ଧା ଦେଶରେ ୬ଜି ଲଞ୍ଚ୍ ହେବା କଥା କହୁଥିଲେ ମଧ୍ୟ ଜନତା ଏହା ଜାଣିବାକୁ ଚାହୁଁଛନ୍ତି ଯେ, ଦେଶରେ ୫ଜି କେବେ ଆସିବ। ସ୍ମାର୍ଟଫୋନ ନିର୍ମାତାକାରୀ ବହୁ ପୂର୍ବରୁ ୫ଜି ସ୍ମାର୍ଟଫୋନ ଭାରତରେ ବିକ୍ରି କରୁଛନ୍ତି। ମାତ୍ର ଗ୍ରାହକଙ୍କ ପାଇଁ ୫ଜିର କୌଣସି ଚିହ୍ନବର୍ଣ୍ଣ ହିଁ ନାହିଁ।

ଆସନ୍ତାବର୍ଷ ଏପ୍ରିଲ-ମେରେ ୫ଜି ସ୍ପେକ୍ଟ୍ରମର ନିଲାମ ହୋଇପାରେ। ନିଲାମ ନେଇ ଚୂଡାନ୍ତ ତାରିଖ ସ୍ପଷ୍ଟ ହୋଇ ନାହିଁ। କାରଣ ଏହା ପୂର୍ବରୁ ଟ୍ରାଇକୁ ୨୦୨୨ ଫେବୃଆରୀ ସୁଦ୍ଧା ରିପୋର୍ଟ ଦେବାକୁ ପଡିବ। ଏହା ପରେ ଯାଇ ସଠିକ୍ ତାରିଖ ଜଣା ପଡିପାରେ। ରିପୋର୍ଟ ଅନୁଯାୟୀ, ଟେଲିକମ କମ୍ପାନୀ ମଧ୍ୟ ୫ଜି ସ୍ପେକ୍ଟ୍ରମର ନିଲାମ ଆଉ କିଛି ସମୟ ଘୁଞ୍ଚାଇବାକୁ କହିଛନ୍ତି। କୁହାଯାଉଛି ଅନେକ କମ୍ପାନୀ ୨୦୨୨ରୁ ମେ ପୂର୍ବରୁ ୫ଜି ସ୍ପେକ୍ଟ୍ରମର ନିଲାମ ନ କରିବାକୁ ଅନୁରୋଧ କରିଛନ୍ତି। ତେବେ ଟେଲିକମ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବଙ୍କ ମତରେ ଭାରତରେ ୨୦୨୨ ଫେବୃଆରୀ ସୁଦ୍ଧା ୫ଜି ଉପଲବ୍ଧ ଉପଲବ୍ଧ ହୋଇଯିବ। ଏଥିପାଇଁ ମେଡ୍ ଇନ ଇଣ୍ଡିଆ ଆଧାରରେ ୫ଜି ହାର୍ଡଓ୍ଵେର ଏବଂ ସଫ୍ଟଓ୍ଵେର ପ୍ରସ୍ତୁତ କରାଯାଉଛି।

Show More

Related Articles

Back to top button