ଦେଶ ବିଦେଶବାଣିଜ୍ୟ

ରକେଟ୍‌ ଗତି ଭଳି ବଢ଼ିଲା ପେଟିଏମ୍‌ର ସେୟାର ମୂଲ୍ୟ

ତଥାପି କ୍ଷତିରେସେୟାର ମାର୍କେଟ୍‌ରେ କେତେବେଳେ ଯେ କଣ ହେବ ତାହା ପୂର୍ବରୁ ଭାବିବା ମୁସ୍କିଲ୍‌ । ନଭେମ୍ୱର ୧୮ ତାରିଖରେ ପେଟିଏମ୍‌ ସେୟାର ବଜାରରେ ଲିଷ୍ଟିଂ ହୋଇଥିଲା । ନିବେଶକ

ନିବେଶକ ଉତ୍ସାହର ସହିତ ଏହାକୁ ଚାହିଁ ରହିଥିଲେ । ହେଲେ ଫଳ ହେଲା ଓଲଟା । ପ୍ରଥମ ଦିନ ହିଁ ନିବେଶକଙ୍କ ବଡ଼ କ୍ଷତି ହୋଇଗଲା । ଲଗାତାର ଦୁଇଦିନର କାରବାର ପରେ ଏହାର ସେୟାର ମୂଲ୍ୟରେ ୪୦ ପ୍ରତିଶତ ହ୍ରାସ ହୋଇଥିଲା । ହେଲେ ମଙ୍ଗଳବାର ଏବଂ ବୁଧବାର କାରବାରରେ କମ୍ପାନୀର ଷ୍ଟକ୍‌ ପ୍ରାଇସ୍‌ରେ ସୁଧାର ଦେଖିବାକୁ ମିଳିଛି ।

ବଏସ୍‌ଇରେ ବୁଧବାର ପେଟିଏମ୍‌ ଷ୍ଟକ୍‌ ପ୍ରାଇସ୍‌ରେ ପାଖାପାଖି ୧୫ ପ୍ରତିଶତ ବୃଦ୍ଧି ପାଇ ଏହା ୧୭୧୮ ଟଙ୍କାରେ ପହଞ୍ଚି ଯାଇଛି । କିନ୍ତୁ ଯେଉଁ ମାନଙ୍କୁ କମ୍ପାନୀ ସେୟାର୍‌ ଆଲର୍ଟ କରିଥିଲା ସେହି ନିବେଶକମାନେ ବର୍ତ୍ତମାନ ବି କ୍ଷତିରେ ରହିଛନ୍ତି । କହିରଖୁଛୁ ଯେ, ପେଟିଏମ୍‌ର ଆଇପିଓର ଇସ୍ୟୁ ପ୍ରାଇସ୍‌ ୨୧୫୦ ଟଙ୍କା ରହିଥିଲା ଏବଂ ଲଟ୍‌ର ସାଇଜ୍‌ ୬ଟି ସେୟାର ଥିଲା । ସରଳ ଭାବେ କହିବାକୁ ଗଲେ ଯେଉଁ ନିବେଶକଙ୍କୁ ଆଇପିଓ ଆଲର୍ଟମଣ୍ଟ୍‌ କରାଯାଇଛି ସେମାନେ ୨୧୫୦ ଟଙ୍କା ଦେଇ ୬ଟି ସେୟାର ପାଇବେ । ହେଲେ ବର୍ତ୍ତମାନ ମଧ୍ୟ ନିବେଶକ ୪୩୨ ଟଙ୍କା ପ୍ରତି ଷ୍ଟକ୍‌ର କ୍ଷତିରେ ରହିଛନ୍ତି ।

Show More

Related Articles

Back to top button