Breaking PLUSମୁଖ୍ୟ ଖବରସ୍ୱତନ୍ତ୍ର

ତିଜ୍ ପର୍ବ-ସଧବା ନାରୀଙ୍କ ବ୍ରତ

ରାଞ୍ଚି- ହରତାଳିକା ବ୍ରତ ଭାଦ୍ରବର ଶୁକ୍ଲପକ୍ଷ ତୃତୀୟା ତିଥି ହସ୍ତ ନକ୍ଷତ୍ରରେ ପାଳନ ହୋଇଥାଏ । ଏହି ବ୍ରତ ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ରଖିଥିବା ସାଧାରଣରେ ବିଶ୍ୱାସ ରହିଛି । ଏହି ବ୍ରତରେ ଶିବ ପାର୍ବତୀଙ୍କ ବିବହାର କଥାର ବହୁତ ମହତ୍ୱ ରହିଥାଏ ।ଏହି ବ୍ରତ ସଧବା ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ, ସୁଖ, ସୌଭାଗ୍ୟ ଏବଂ ଆରୋଗ୍ୟ କାମନା କରି ରଖିଥାନ୍ତି । ସେହିପରି ଉତ୍ତମ ଜୀବନସାଥୀ ପାଇବା ପାଇଁ କୁମାରୀ ଝିଅମାନେ ଏହି ବ୍ରତ ରଖିଥାନ୍ତି ।
ପଣ୍ଡିତଙ୍କ ସୂଚନା ଅନୁସାରେ, ଆଜି ତୃତୀୟା ତିଥି ସକାଳ 9.31 ସମୟରୁ ଆରମ୍ଭ ହୋଇଥିବା ବେଳେ ସୋମବାର ସେପ୍ଟେମ୍ବର 18 ତାରିଖ ସକାଳ 11.15ରେ ସରିବ । ହସ୍ତ ନକ୍ଷତ୍ର ଏବଂ ଉଦୟା ତିଥି କାରଣରୁ ସେପ୍ଟେମ୍ବର 18 ତାରିଖର ପୂରା ଦିନ ତୃତୀୟା ଭାବେ ପାଳନ କରାଯିବ । ହରତାଳିକା ତିଜ ବ୍ରତ ସକାଳୁ କରାଯାଇଥାଏ ।

Show More

Related Articles

Back to top button