Breaking PLUSଦେଶ ବିଦେଶମୁଖ୍ୟ ଖବର

ବ୍ରାଜିଲରେ ବିମାନ ଦୁର୍ଘଟଣା, 14 ମୃତ

ବାର୍ସିଲୋସ- ବ୍ରାଜିଲରେ ବଡଧରଣର ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣା ଯୋଗୁ 14ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଶନିବାର ଦିନ ବ୍ରାଜିଲର ରାଜଧାନୀ ମନୈସରୁ 4ଶହ କିଲୋମିଟର ଦୂର ବାର୍ସିଲୋସରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ରିପୋର୍ଟ ମୁତାବକ ମୃତକଙ୍କ ମଧ୍ୟରେ କିଛି ଆମେରିକୀୟ ନାଗରିକ ମଧ୍ୟ ଅଛନ୍ତି । ବିମାନରେ 12ଜଣ ଯାତ୍ରୀଙ୍କ ସମେତ କ୍ରିଉର ଦୁଇ ଜଣ ସଦସ୍ୟ ଥିଲେ । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ମନୈସ ଏୟାରଟ୍ୟାକ୍ସି ଏୟାରଲାଇନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି ।

Show More

Related Articles

Back to top button