Breaking PLUSଖେଳ

ଟି-୨୦ ବିଶ୍ୱକପ: ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨)ରେ ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ । ସଂଧ୍ୟା ୭ ଟା ୩୦ରେ ଦୁବାଇରେ ଖେଳାଯିବ ଏହି ମ୍ୟାଚ୍ । ବଡ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇ କିଛି କରିସ୍ମା କରିବା ଯୋଜନାରେ ରହିଛି ଭାରତ । ତେବେ ଟିମ୍ ଇଣ୍ଡିଆର ବିଜୟ ସେମି ଫାଇନାଲ ପଥ ଖୋଲି ଦେବ, ଆଉ ପରାଜିତ ହେଲେ ଆଶା ମଉଳି ଯିବ । କାରଣ ସେମିଫାଇନାଲ ରେସ୍ ପାଇଁ ଭାରତର ସମ୍ଭାବନା ବହୁତ କମ୍ ରହିଛି ।

ଅପରପକ୍ଷରେ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ବଢିଛି । କାରଣ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ନିରାଶ ହୋଇ ପଡିଥିଲେ ବିରାଟ ବାହିନୀ । ନେଟ୍ ରନ୍ ରେଟ୍ ସୁଧାରିବା ପାଇଁ ଆଜିର ମ୍ୟାଚକୁ ବଡ ବ୍ୟବଧାନରେ ଜିତିବା ଲକ୍ଷ୍ୟ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

Show More

Related Articles

Back to top button