ଦେଶମୁଖ୍ୟ ଖବର

ପରଲୋକରେ ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ

ତୃଣମୂଳ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଗତ ରାତିରେ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । କିଛି ଦିନ ପୂର୍ବେ ହୃଦଘାତର ଶିକାର ହୋଇଥିବା ସୁବ୍ରତ ମୁଖାର୍ଜୀ କଲିକତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍‌ ଗତରାତି ୯ଟା ୨୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୁବ୍ରତ ମୁଖାର୍ଜୀଙ୍କ ପରିବାର କହିଲେ କେବଳ ତାଙ୍କ ପତ୍ନୀ ଅଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁବ୍ରତଙ୍କ ମୃତ୍ୟୁ ନେଇ ଘୋଷଣା କରିବା ସହ ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସୁବ୍ରତ ମୁଖାର୍ଜୀ ଆଉ ଆମ ସହ ନାହାନ୍ତି ବୋଲି ବିଶ୍ୱାସ କରି ହେଉନି । ସେ ପାର୍ଟିର ଜଣେ ସମର୍ପିତ ନେତା ଥିଲେ । ଏହା ମୋ ପାଇଁ ବ୍ୟକ୍ତିଗତ କ୍ଷତି । ମୁଖାର୍ଜୀଙ୍କ ମୃତଦେହ ଆଜି ରବୀନ୍ଦ୍ର ସଦନରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଏହାପରେ ମୃତଦେହକୁ ବାଳିଗଞ୍ଜ ନିଆଯିବ ଓ ସେଠାରୁ ତାଙ୍କ ପୈତୃକ ଗାଁକୁ ନିଆଯିବ ।

ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ କଲିକତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ଜେଲ୍‌ ଯାଇଥିଲେ । ହେଲେ ଗତ ମେ’ ମାସରେ ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଜାମିନରେ ସେ ଜେଲ୍‌ରୁ ମୁକୁଳିଥିଲେ ।

ସୁବ୍ରତ ପୂର୍ବରୁ ମଧୁମେହ, ବାର୍ଦ୍ଧକ୍ୟଜନିତ ବେମାରରେ ପୀଡ଼ିତ ଥିବା ବେଳେ ଗତ ୨୪ ଅକ୍ଟୋବରରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ବେଳେ ଧିରେ ଧିରେ ସେ ସୁସ୍ଥ ହେବାକୁ ଲାଗିଥିଲେ। ମାତ୍ର ହଠାତ୍‌ ଗତକାଲି ତାଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button