Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ନିଯୁକ୍ତି ପାଇବେ ୧୧ ହଜାର ୪୫୦ ଶିକ୍ଷକ

ପ୍ରଥମ ପର୍ଯ୍ୟାୟରେ ୪୬୧୯ ଶିକ୍ଷକ ପଦବୀ ପୂରଣ

ନିଯୁକ୍ତି ପାଇବେ ୧୧ ହଜାର ୪୫୦ ଶିକ୍ଷକ ।ପ୍ରଥମ ପର୍ଯ୍ୟାୟରେ ୪୬୧୯ଟି ଶିକ୍ଷକ ପଦବୀ ମଧ୍ୟରୁ ୧୩୦୪ ସଂସ୍କୃତ, ୨୦୫୫ ହିନ୍ଦୀ, ୧୨୬୦ ପିଇଟି ଶିକ୍ଷକ ପଦବୀ ପୂରଣ ହେବ । ଏଥି ପାଇଁ ସୋମବାରଠୁ ଆବେଦନ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୪ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ଆବେଦନର ଶେଷ ସମୟ ରହିଛି । ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ଆଶାୟୀ ଶିକ୍ଷକଙ୍କ ପରୀକ୍ଷା କମ୍ପ୍ୟୁଟର୍‌ରେ ବା ସିବିଟି ମୋଡ୍‌ରେ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬୦୬୫ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି) ଏବଂ ତେଲୁଗୁ ଶିକ୍ଷକ, ତୃତୀୟ ପର୍ଯ୍ୟାୟରେ ୯୪୦ଟି ନୂତନ ସୃଷ୍ଟି ହୋଇଥିବା ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ, କ୍ଲାସିକାଲ୍‌ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୧୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button