ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରଶିକ୍ଷା

ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହିଲେ ଶିକ୍ଷକ: ଶିକ୍ଷାମନ୍ତ୍ରୀ ବିସି ନଗେଶ କହିଲେ, ଏହା କୌଣସି ଏକ ବଡ କଥା ନୁହେଁ

ବେଙ୍ଗାଲୁରୁ: କ୍ଲାସ ଭିତରେ ସର୍ବସମ୍ମୁଖରେ ଜଣେ ମୁସଲିମ ଛାତ୍ରଙ୍କୁ ଶିକ୍ଷକ ଆତଙ୍କବାଦୀ କହିବା ଘଟଣାକୁ ନେଇ ବିବାଦ ଚାଲିଥିବା ବେଳେ ଏହାକୁ ହାଲୁକା ଭାବେ ଦେଖାଇବାକୁ ଚେଷ୍ଟା କରିଛନ୍ତି କର୍ଣ୍ଣାଟକାର ଶିକ୍ଷାମନ୍ତ୍ରୀ ବିସି ନଗେଶ। ସେ ଏହାକୁ ଖୁବ ଛୋଟ ପ୍ରସଙ୍ଗ କହିବା ସହ ଭୁଲ ଭାବେ ଏହାକୁ ଉପସ୍ଥାପନ କରାଯାଉଛି ବୋଲି କହିଛନ୍ତି।

ବିସି ନଗେଶ କହିଛନ୍ତି, “ଏପରି ଏକ ଘଟଣା ଘଟିବା ଦୁର୍ଭାଗ୍ୟଜନକ। ଶିକ୍ଷକ ଜଣଙ୍କ ସେହି ନାଁ ନେବାର ନଥିଲା। କିନ୍ତୁ ମୁଁ ଏହା ମଧ୍ୟ ଭାବୁଛି ଯେ, ଏହା କୌଣସି ଏକ ବଡ଼ କଥା ନୁହେଁ। କାରଣ ଆମେ ଅନେକ ସମୟରେ ଶିକ୍ଷାର୍ଥୀଙ୍କୁ ରାବଣ ଓ ଶକୁନି ମଧ୍ୟ କହିଥାଉ। ହେଲେ ଏହା କେବେ ବି ପ୍ରସଙ୍ଗ ହୋଇ ନଥାଏ।

କାହିଁକି ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକ ପାଇଁ ‘କସାବ’ ନାଁଟି ଏତେ ବଡ଼ ପ୍ରସଙ୍ଗ ହୋଇଗଲା? ମୁଁ ଏହା ବୁଝିପାରୁନି। ତଥାପି ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଁ ବୁଝି ପାରୁନି ଯେ, କିଛି ନାଁ କାହିଁକି ଜାତୀୟ ପ୍ରସଙ୍ଗ ହେଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯାହା ବି ଘଟିଲା, ସେମିତି ଘଟିବାର ନଥିଲା। ଦ୍ୱିତୀୟତଃ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓ ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ପ୍ରସଙ୍ଗ ଏଠାରେ ବନ୍ଦ ହେବା ଉଚିତ। ଆମେ ସାଧାରଣତଃ ମନ୍ତ୍ରୀମାନଙ୍କ ପ୍ରତି ରାବଣ ଓ ଶକୁନି ଶବ୍ଦ ବ୍ୟବହାର କରିଥାଉ। ଏହା କାହିଁକି କେବେ ପ୍ରସଙ୍ଗ କିମ୍ବା ଖବର ହେଉନି? କ’ଣ ରାବଣ ଗୋଟିଏ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି? ମୁଁ ତୁଳନା କରୁନି। ହେଲେ କିଛି ରାଜନୀତିକ ଦଳ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ବ୍ୟବହାର କରୁଛନ୍ତି।

ବେଙ୍ଗାଲୁରୁ ସ୍ଥିତ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏମଆଇଟି)ର ଜଣେ ପ୍ରଫେସର କ୍ଲାସ ଭିତରେ ଜଣେ ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ନଭେମ୍ବର ୨୬ରେ ପୂରା ଘଟଣା ଘଟିଥିଲା। ଶିକ୍ଷକ ଜଣଙ୍କ ଆତଙ୍କବାଦୀ କହିବାରୁ ଛାତ୍ର ଜଣଙ୍କ ରାଗି ଯାଇଥିଲେ। ସେ ସର୍ବସମ୍ମୁଖରେ କହିଥିଲେ ଯେ, ଜଣେ ମୁସଲିମ ହେବା ଓ ସବୁଦିନ ଏମିତି ସ୍ଥିତିର ସମ୍ମୁଖୀନ ହେବା ଆଦୌ ଥଟ୍ଟାମଜା ନୁହେଁ। ଶିକ୍ଷକ ଜଣଙ୍କ କହିଥିଲେ ତୁମେ ମୋ ପୁଅ ଭଳି।

ଏହାର ଜାବବରେ ଛାତ୍ର ଜଣଙ୍କ କହିଥିଲେ, ନା, କ’ଣ ଜଣେ ବାପା ଏମିତି କୁହନ୍ତି। ଏହା ଆଦୌ ମଜା କଥା ନୁହେଁ। କ’ଣ ଆପଣ ଆପଣଙ୍କ ପୁଅ ସହ ଏମିତି କଥା ହୁଅନ୍ତି? କ’ଣ ତାଙ୍କୁ ଆପଣ ଆତଙ୍କବାଦୀ ଡାକିବେ? ଆପଣ କେମିତି ସମସ୍ତଙ୍କ ଆଗରେ ମୋତେ ଏମିତି ଡାକିଲେ?

ଏହା ଗୋଟିଏ କ୍ଲାସ ରୁମ। ଆପଣ ପ୍ରଫେସନାଲ ଶିକ୍ଷକ। ଆପଣ ମୋତେ ଏମିତି ଡାକି ପାରିବେ ନାହିଁ। ଶିକ୍ଷକ ଜଣଙ୍କ ଏଥିପାଇଁ କ୍ଷମା ମାଗୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା।

Show More

Related Articles

Back to top button