Breaking PLUS

‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇଲା ଟିସିଏସ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ୱାର୍କ ଫ୍ରମ ହୋମ’ ନିୟମ ଲାଗୁ କରିଥିଲେ ସରକାର । ଏହା ୨୦୨୦ ମାର୍ଚ୍ଚ ରୁ ଲାଗୁ କରାଯାଇଥିଲା । କରୋନା ସଂକ୍ରମଣକୁ କମ କରିବା ପାଇଁ ଘରେ ରହି କାମ କରିବାକୁ ସରକାର ପଦକ୍ଷେପ ନେଇଥିଲେ । ପରେ ସଂକ୍ରମଣ କମ ହେବା ପରେ ଧୀରେ ଧୀରେ ବିଭିନ୍ନ ସରକାରୀ ଏବଂ ବେସରକାରୀ କମ୍ପାନିମାନେ ‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇଥିଲେ । ଏବେ ଦେଶରେ ଟିକାକରଣ ଶେଷ ପର୍ଯ୍ୟାୟ ଆଡ଼କୁ ଯାଉଥିବା ବେଳେ ‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇବାକୁ ନିଷ୍ପତ୍ତି ନେଇଛି ଟିସିଏସ ।

ତେବେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ୟ୍ୟାଳୟକୁ ଫେରିବା କାମ ପର୍ୟ୍ୟାୟକ୍ରମେ କରାଯିବ ବୋଲି କମ୍ପାନି ନିଜ ବିବୃତିରେ କହିଛି । ବର୍ତ୍ତମାନ, କମ୍ପାନିର ୫,୨୮,୭୪୮ କର୍ମଚାରୀଙ୍କ ମଧ୍ୟରୁ କେବଳ ୫% କର୍ମଚାରୀ ଅଫିସରୁ କାମ କରୁଛନ୍ତି । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ୨୦୨୧ର ଶେଷ ଆଡକୁ, ଆମେ ଆମର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଫେରିବା ପାଇଁ ଉତ୍ସାହିତ କରିବୁ । ପରେ ପର୍ୟ୍ୟାୟକ୍ରମେ ୨୫/୨୫ ମଡେଲ ଲାଗୁ କରାଯିବ । ଆବଶ୍ୟକତା ଅନୁଯାୟୀ କର୍ମଚାରୀ ଅଫିସ ଆସି କାମ କରିବେ ।

ଏହାପୂର୍ବରୁ ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ୍ କହିଥିଲେ ଯେ, ମହାମାରୀର ତୃତୀୟ ଲହରକୁ ଦେଖି ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ କମ୍ପାନି ୭୦-୮୦% କର୍ମଚାରୀଙ୍କୁ ଅଫିସରୁ କାମ କରିବାକୁ ଡାକିବାକୁ ଯୋଜନା କରିଛି । ମାହାମାରୀର ପ୍ରକୋପ କମ ହେବା ସହ କର୍ମଚାରୀ ମଧ୍ୟ ଅଫିସ ଆସି ପୂର୍ବଭଳି କାମ କରିବେ ବୋଲି ସେ କହିଥିଲେ ।  ଏବେ ଟିକାକରଣ ସହ ସଂକ୍ରମଣ ଟିକେ କମ ହେବାରୁ କମ୍ପାନି ପର୍ଯ୍ୟାୟକ୍ରମେ କର୍ମଚାରୀଙ୍କୁ ଅଫିସ ଡାକିବାକୁ ଯୋଜନା କରୁଛି ।

Show More

Related Articles

Back to top button