Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର
ବିନା ଟିକେଟରେ ଯାତ୍ରା କରୁଥିବା ମହିଳାଙ୍କୁ ଟ୍ରେନରେ ଦୁଷ୍କର୍ମ କଲେ ଟିସି

ଭୋପାଳ : ମଧ୍ୟପ୍ରଦେଶ ସାଗରରେ ବିନା ଟିକେଟ୍ରେ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଛି ଟିସି । ସୂଚନା ଅନୁଯାୟୀ ଶନିବାର ମହିଳା ନିଜ ପତିଙ୍କ ସହ ଗୁନାରୁ ସାଗର ଯାତ୍ରା କରୁଥିଲେ। ପତ୍ନୀକୁ ଟ୍ରେନ୍ରେ ବସାଇ ପତି ଟିକେଟ୍ ଆଣିବାକୁ ଯାଇଥିଲେ। ଏହି ସମୟରେ ଟ୍ରେନ୍ ଛାଡିଦେବାରୁ ପତି ଷ୍ଟେସନରେ ରହି ଯାଇଥିଲେ। ମହିଳା ରାତି ୮ଟାରେ ସାଗରରେ ଯାଇ ପହଞ୍ଚିଥିଲେ। ପ୍ଲାଟଫର୍ମରୁ ବାହାରିବା ସମୟରେ ଟିସି ରାଜୁଲାଲ ମିନାଙ୍କୁ ଟିକେଟ୍ ମାଗିଥିଲେ। ମହିଳା ଟିସିଙ୍କୁ ସବୁକଥା କହିଥିଲେ। କିନ୍ତୁ ଏହା ଶୁଣିବା ପରେ ଟିସି ଚାଲାଣ କାଟିବାକୁ କହିଥିଲେ। ପରେ ଏତଲା ଭୟ ଦେଖାଇ ତାଙ୍କ ସହ ବଡ଼ ବାବୁଙ୍କ ନିକଟକୁ ଯିବାକୁ ଡାକିଥିଲେ। ଭୟରେ ମହିଳା ଜଣକ ଟିସିଙ୍କ ସାଥିରେ ଯାଇଥିଲେ। ଅଭିଯୁକ୍ତ ଟିସି ରେଳବାଇ କ୍ୱାର୍ଟରକୁ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ଜିଆରପିଙ୍କୁ ହସ୍ତାନ୍ତର କରିଛି।