ଓ୍ଵାଲମାର୍ଟ ଇଙ୍କ ଟାଟା ଗ୍ରୁପ ସହିତ ଭାରତୀୟ ଲୁଣ-ଟୁ-ସଫ୍ଟଓୟାର ଗ୍ରୁପର ନୂତନ ‘ସୁପର ଆପ୍’ରେ ୨୫ ବିଲିୟନ ସମ୍ଭାବିତ ନିବେଶ ନେଇ ଆଲୋଚନା କରୁଛି। ଏହି ମାମଲାରେ ଜଡିତ ଲୋକଙ୍କ ସୂତ୍ରରୁ ମିଣ୍ଟ ଖବରକାଗଜ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି।ରିପୋର୍ଟ ଅନୁଯାୟୀ ଦୁଇ କମ୍ପାନୀ ମଧ୍ୟରେ ଜାରି ଆଲୋଚନା ମୁତାବକ ସୁପର ଆପ୍କୁ ଟାଟା ଓ ଓ୍ଵାଲମାର୍ଟ ମିଳିତ ଉଦ୍ୟମରେ ଲଞ୍ଚ କରି ପାରନ୍ତି। ଏହା ଟାଟାର ଇ-କମର୍ସ ବ୍ୟବସାୟ ଓ ଓ୍ଵାଲମାର୍ଟର ଇ-କମର୍ସ ସଂସ୍ଥା ଫ୍ଲିପକାର୍ଟ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବ।
ଏସିଆର ସବୁଠୁ ଧନଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍ ଏହାର ଡିଜିଟାଲ୍ ବ୍ୟବସାୟ ଜିଓ ପ୍ଲାଟଫର୍ମର ଷ୍ଟକ୍ ବିକ୍ରୟ କରି ଫେସବୁକ୍, ଆଲଫାବେଟର ଗୁଗୁଲ୍, କେକେଆର୍ ଆଣ୍ଡ କୋ ଏବଂ ସିଲଭର ଲେକ୍ ପାର୍ଟନର ସମେତ ନିବେଶକଙ୍କ ଠାରୁ ୨୦ ବିଲିୟନ ଡଲାରରୁ ଅଧିକ ସଂଗ୍ରହ କରି ପାରିଛି। ସେହି ପରି ଟାଟା ଗ୍ରୁପ ମଧ୍ୟ ନିବେଶ ସନ୍ଧାନରେ ରହିଛି।
ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ ଟାଟା ଗ୍ରୁପ ନିଜର ନୂତନ ଡିଜିଟାଲ ପ୍ଲାଟଫର୍ମରେ ଅଂଶଧନ ବିଷୟରେ ସମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା କରୁଛି। ଓ୍ଵାଲମାର୍ଟ ଟାଟା ଗ୍ରୁପରେ ଡିଜିଟାଲ ପ୍ଲାଟଫର୍ମ ପାଇଁ ୨୦ ରୁ ୨୫ ବିଲିୟନ ନିବେଶ କରିପାରେ।
ଏହି ସୁପର ଆପ୍ ଭାରତରେ ଡିସେମ୍ଵର କିମ୍ବା ଜାନୁଆରୀରେ ଲଞ୍ଚ ହୋଇପାରେ। ଏହି ଆପ୍ ଜରିଆରେ ଟାଟା ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଗୋଟିଏ ଚ୍ୟାନେଲ ଅଧିନକୁ ଆଣି ପାରିବ ଏବଂ ନିଜର ଖୁଚୁରା ସ୍ଥାନରେ ବିଭିନ୍ନ ଉତ୍ପାଦ ପ୍ରଦାନ କରି ପାରିବ।
ଟାଟା କନସେଲଟେନ୍ସି ସର୍ଭିସେଜ, ଟାଟା ମୋଟର୍ସ ଓ ଟାଟା ଷ୍ଟିଲ ସେୟାରରେ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହିତ ଟିସିଏସର ନିଫଟି ୫୦ ସୂଚକାଙ୍କ ଶୀର୍ଷରେ ପହଞ୍ଚିଛି।