ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ କରୋନା ପଜିଟିଭ୍
ମଙ୍ଗଳବାର ସକାଳେ ଯାଞ୍ଚ ପାଇଁ ଯାଇଥବା ରିପୋର୍ଟ ପଜିଟିଭ୍ ଆସିଛି
ଦେଶରେ ମହାମାରୀ କରୋନାର କାୟାବିସ୍ତାର ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଆସିଛି ଆଉ ଏକ ବଡ ଖବର। ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ କରୋନା ପଜିଟିଭ୍।
ମଙ୍ଗଳବାର ସକାଳେ ଯାଞ୍ଚ ପାଇଁ ତାଙ୍କର ସ୍ଵାବ ପଠାଯାଇଥିଲା। ଏବେ ତାର ରିପୋର୍ଟ ପଜିଟିଭ୍ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନି। ଡାକ୍ତର ତାଙ୍କୁ ହୋମ କ୍ଵାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ସମସ୍ତେ ସେଲ୍ଫ ଆଇସୋଲେସନରେ ଅଛନ୍ତି।ଉପରାଷ୍ଟ୍ରପତିଙ୍କ ସଚିବାଳୟ ଟ୍ଵିଟର ହ୍ୟାଣ୍ଡେଲରୁ ଟ୍ଵିଟ୍ କରି କୁହାଯାଇଛି ଯେ ସେପ୍ଟେମ୍ବର ୨୯ରେ ସକାଳ ରୁଟିନରେ କରୋନା ପରୀକ୍ଷଣ ହୋଇଛି। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ ଉପ ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟ ସୁସ୍ଥ ହୋଇଛି ଏବଂ ତାଙ୍କଠାରେ କୌଣସି କରୋନା ଲକ୍ଷଣ ଆସିନାହିଁ। ଉପ ରାଷ୍ଟ୍ରପତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ମଧ୍ୟ କରୋନା ଟେଷ୍ଟ କରାଯାଇଛି। କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ସତର୍କତାମୂଳକ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ହୋମ ଆଇସୋଲେସନରେ ଅଛନ୍ତି।