ଦେଶ ବିଦେଶ

କୁମ୍ଭୀର ସହ ସେଲ୍‌ଫି ନେବା ପଡିଗଲା ଭାରି

ତାପରେ ଯାହା ହେଲା କେହି କେ​ବେ ଭାବିନଥିବେ

କୁମ୍ଭୀରକୁ ନେଇ ବହୁତ ମଜାଦାର ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । କିନ୍ତୁ ଅନେକ ସମୟରେ କୁମ୍ଭୀର ପାଇଁ ବଡ଼ ବଡ଼ ଅଘଟଣ ବି ଘଟିଯାଏ । ଫିଲିପାଇନ୍ସରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ସେଠାକାର ଜଣେ ଯୁବକ ଏକ ପାର୍କକୁ ବୁଲିବାକୁ ଯାଇଥିଲେ । ସେଠାରେ ସେ ମନଖୋଲି ବୁଲୁଥିବା ବେଳେ ସେ ଏକ ଗୁରୁତର ଭୁଲ କରିଥିଲେ। ପାର୍କରେ ବୁଲୁଥିବା ବେଳେ ବ୍ୟକ୍ତି ଜଣକ ଏକ କୁମ୍ଭୀର ଦେଖିଥିଲେ । ତାଙ୍କୁ ଲାଗିଲା କୁମ୍ଭୀରଟି ପ୍ଲାଷ୍ଟିକ୍‌ରେ ତିଆରି ଏକ ମଡେଲ୍‌ । କିନ୍ତୁ ତାପରେ ଯାହା ହେଲା କେହି କେବେ ଭାବିନଥିଲେ। ଏହି ଘଟଣା ଫିଲିପାଇନ୍ସର ଅମାୟା ଭ୍ୟୁ ପାର୍କର ବୋଲି ଜଣାପଡ଼ିଛି । ନ୍ୟୁଜ୍‌ ନାଇନ୍‌ର ଏକ ରିପୋର୍ଟ ଅନୁସାରେ, ଜଣେ ବ୍ୟକ୍ତି ନିଜର ଜନ୍ମଦିନ ଅବସରରେ ନିଜ ପରିବାର ସହ ଏହି ପାର୍କକୁ ବୁଲିବାକୁ ଆସିଥିଲେ । ପାର୍କରେ ସେମାନେ ଏକ ଛୋଟ ଗାଡ଼ିଆ ଦେଖିବାକୁ ପାଇଥିଲେ । ଗୋଟିଏ କୁମ୍ଭୀର ଏହି ଗାଡ଼ିଆ ଆଢ଼ିରେ ଥିଲା। କିନ୍ତୁ ସେମାନଙ୍କୁ ଲାଗିଥିଲା କମ୍ଭୀରଟି ଅସଲି ନୁହେଁ ନକଲି ।

ତାପରେ ବ୍ୟକ୍ତି ଜଣକ ପରିବାର ସହ କୁମ୍ଭୀର ସହିତ ସେଲଫି ନେବାକୁ ସେଠାରେ ପହଞ୍ଚିଥିଲେ । ଯେମେତି ବ୍ୟକ୍ତି ଜଣକ ସେଲଫି ନେବାକୁ କୁମ୍ଭୀର ଆଡ଼କୁ ମୁହାଁଇଛନ୍ତି ଠିକ୍‌ ସେତିକି ବେଳେ କୁମ୍ଭୀର ବ୍ୟକ୍ତିଙ୍କ ବାମ ହାତକୁ ନିଜ ପାଟିରେ କାମୁଡ଼ି ଧରିଥିଲା । ଏହା ପରେ ପାଣି ଭିତରକୁ ଟାଣି ନେଇଯିବାକୁ ଚେଷ୍ଟା କରିଥିଲା । ପୂରା ପରିବାର ଚିତ୍କାର କରିବାକୁ ଲାଗିଥିଲେ। କୌଣସି ମତେ ବ୍ୟକ୍ତି ଜଣକ କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ ସତ କିନ୍ତୁ ତାଙ୍କ ହାତରୁ ଅନବରତ ରକ୍ତ ସ୍ରାବ ହୋଇଚାଲିଥିଲା । ତାପରେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବ୍ୟକ୍ତିଙ୍କ ହାତର ହାଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା କୁହାଯାଉଛି । ସେପଟେ ପାର୍କ କର୍ତ୍ତୃପକ୍ଷ କୌଣସି ପ୍ରକାର ଚେତାବନୀ ଦେଇନଥିବାରୁ ସେମାନଙ୍କ ବିରୋଧରେ ପୀଡ଼ିତଙ୍କ ପରିବାର ଏତଲା ଦେବେ ବୋଲି ଜଣାପଡ଼ିଛି ।

Show More

Related Articles

Back to top button